Latest Odisha News

BREAKING NEWS

ପେଟ କମାଇବାକୁ ଚାହୁଁଛନ୍ତି କି ? ତେବେ ପିଅନ୍ତୁ ଏହି ୪ ପ୍ରକାର ପାନୀୟ

ସମସ୍ତଙ୍କ ଚିନ୍ତାର କାରଣ ହେଉଛି ମୋଟାପଣ ବା ଓଜନ ବୃଦ୍ଧି । ଦୈନନ୍ଦିନ ଜୀବନ ଶୈଳୀରେ ସଠିକ୍‌ ଖାଦ୍ୟପେୟ ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଆବଶ୍ୟକ । ବେଳେବେଳେ ଆମ ଖାଦ୍ୟପେୟରେ ଅନିୟମିତତା ଦେଖାଦେଲେ ଶରୀରରେ କୁପ୍ରଭାବ ପକାଇଥାଏ । ଆଉ ଖାଦ୍ୟପେୟ ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏବଂ ଓଜନ ବୃଦ୍ଧି ଯୋଗୁ ଅନେକ ରୋଗର ଶିକାର ହେବାକୁ ପଡ଼ିଥାଏ । ଓଜନ ବୃଦ୍ଧିକୁ ରୋକିବା ପାଇଁ, ତୁମର ଜୀବନଶୈଳୀ ଏବଂ ଖାଦ୍ୟକୁ ଉନ୍ନତ ରଖିବା ଆବଶ୍ୟକ ।ଏଥିସହ ଚର୍ବି ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।  ତେବେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ପାନୀୟ କହିବୁ , ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।

BjdElectrycity

ଜିରା ପାଣି – ଓଜନ ହ୍ରାସ କରିବା ପାଇଁ ଆପଣ ଜିରା ପାଣିକୁ ବି ସାମିଲ କରି ପାରିବେ। ପ୍ରତିଦିନ ସକାଳେ ଖାଲି ପେଟର ଜିରା ପାଣି ଖାଇବା ଦ୍ୱାରା ଓଜନ ହ୍ରାସ କରି ଥାଏ।

ଦହି ପାଣି – ଖରାଦିନେ ଲୋକେ ଦହି ଖାଇବାକୁ ପସନ୍ଦ କରିଥାଆନ୍ତି । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆପଣ ଏହା ସହିତ କଳା ଲୁଣ ମିଶାଇ ଖାଇବେ ତାହାଲେ ଭଲ ହେବ ।

କମଳା ରସ – କମଳା ରସରେ ଭିଟାମିନ୍ ସି ଭରପୂର ଅଟେ । ଓଜନ ହ୍ରାସ କରିବା ପାଇଁ ଆପଣ ଏହାକୁ ମଧ୍ୟ ବ୍ୟବହାର କରିପାରିବେ।

ଲେମ୍ବୁ ପାଣି – ଗ୍ରୀଷ୍ମରୁ ଆରାମ ପାଇବା ଏବଂ ଓଜନ ହ୍ରାସ କରିବା ପାଇଁ ଲେମ୍ବୁ ପାଣି ବହୁତ ଲାଭଦାୟକ । ଲେମ୍ବୁରେ ମିଳୁଥିବା ଉପାଦାନଗୁଡ଼ିକ ଚର୍ବି କମାଇବାରେ କାମ କରିଥାଏ । ଏହା ସହିତ ଏହା ହଜମ ପ୍ରକ୍ରିୟାକୟ ସୁସ୍ଥ ରଖିବାରେ ସାହାଯ୍ୟ କରେ।

 

Leave A Reply

Your email address will not be published.