Latest Odisha News

BREAKING NEWS

ସ୍ୱାଭିମାନ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ନିଯୁକ୍ତ ହେଲେ ୪ ଡାକ୍ତର

ମାଲକାନଗିରି: ବିକାଶ ମୁହାଁ ସ୍ୱାଭିମାନ ଅଂଚଳ । ଦିନେ ଲାଲଗଡ ପାଲଟି ଥିବା ଆଦିବାସୀ ବହୁଳ ସ୍ୱାଭିମାନ ଅଂଚଳରେ ସୁଧୁରୁଛି ସ୍ୱାସ୍ଥ୍ୟସେବା। ଦୁର୍ଗମ ଅଂଚଳର ଉଜୁଡା ସ୍ୱାସ୍ଥ୍ୟ ସେବାକୁ ସଜାଡିବା ପାଇଁ ଅଂଟା ଭିଡିଛି ପ୍ରଶାସନ ।  ଅଂଚଳର ଶିଶୁ ଓ ମହିଳାଙ୍କୁ ସ୍ୱାସ୍ଥ୍ୟ ଯୋଗାଇବା ଉଦେଶ୍ୟରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ୪ ଜଣ ଡାକ୍ତରଙ୍କୁ ସ୍ୱାଭିମାନ ଅଂଚଳରେ ନିଯୁକ୍ତି ଦିଆଯାଇଛି ।

ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ମାଲକାନଗିରିରୁ ଚିତ୍ରକୋଣ୍ଡା, ଜନ୍ତାପାଇ, ହନ୍ତାଳଗୁଡା, ଜନ୍ତୁରାଇ ଦେଇ ଯୋଡାମ୍ବୋରେ ପହିଂଚିଛନ୍ତି ଡାକ୍ତରୀ ଟିମ୍ । ଆଜି ଯୋଡାମ୍ବୋରେ ସ୍ୱାସ୍ଥ୍ୟ ଶିବିର କରି ଜଣେ ଶିଶୁ ରୋଗ,  ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଏବଂ ୨ ଜଣ ଏମ୍‌ବିବିଏସ୍ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ।

ମଙ୍ଗଳବାର ଦିନ ଚିତ୍ରକୋଣ୍ଡା, ଶୁକ୍ରବାର ଦିନ ଜାନବାଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା ଡାକ୍ତରମାନେ ରବିବାର ଦିନ ଯୋଡାଆମ୍ବ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ମାଲକାନଗିରିଡ ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ୯ଟି ପଂଚାୟତକୁ ସ୍ୱାଭିମାନ ଅଂଚଳ ବୋଲି କୁହାଯାଏ । ସେହି ୯ଟି ପଂଚାୟତର ୧୫୦ଟି ଗାଁରେ ପ୍ରାୟ ୩୨ ହଜାର ଲୋକ ବସବାସ କରନ୍ତି । ଏହି ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରଶାସନ ଉଦ୍ୟମ କରୁଛି ।

Leave A Reply

Your email address will not be published.