Latest Odisha News

BREAKING NEWS

ଖାଲି ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି କରି ରଖିବାକୁ ସବୁ ଜିଲ୍ଲାପାଳ, ମହାନଗର ନିଗମକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଂକଟ ନିଦ ହଜାଇ ଦେଲାଣି । ଅକ୍ସିଜେନ୍ ଅଭାବରୁ ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ଖବର ମଧ୍ୟ ଆସୁଛି । ସଂକଟ ସମୟରେ ଓଡ଼ିଶା ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଉଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦେଖି ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଖାଲି ଥିବା ଅକ୍ସିଜେନ୍ ସିଲିଣ୍ଡରକୁ ଭର୍ତ୍ତି କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି ।

କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟରର ଆବଶ୍ୟକତା ପୂରଣ ଲାଗି ଖାଲି ଥିବା ସମସ୍ତ ଅକ୍ସିଜେନ୍ ସିଲିଣ୍ଡପ ଭର୍ତ୍ତି ଲାଗି ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ସମସ୍ତ ମହାନଗର ନିଗମ କମିଶନର, ସବୁ ମେଡିକାଲ ଅଧୀକ୍ଷକ, ସମସ୍ତ ସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମୟରେ ଖାଲି ସିଲିଣ୍ଡର ଭର୍ତ୍ତି ଲାଗି ଡ୍ରଗ୍ସ ଇନ୍ସପେକ୍ଟର ସୁନିଶ୍ଚିତ କରିବେ । ମେଡିକାଲ ଅଧୀକ୍ଷକ, ସିଡିଏମଓ ୩ରୁ ୪ଟି କୋଭିଡ୍ କେୟାର୍ ସେଣ୍ଟରର ସିଲିଣ୍ଡରକୁ ଗୋଟିଏ ସ୍ଥାନରେ ଏକାଠି କରି ଭର୍ତ୍ତି ପାଇଁ ପଠାଇବେ । ପରିବହନ ପାଇଁ ମେଡିକାଲ ଅଧୀକ୍ଷକ, ସିଡିଏମଓ, ପିଏଚଓ ଗାଡ଼ି ବ୍ୟବସ୍ଥା କରିବେ । ଏଥିସହ ଗାଡ଼ିର ତଥ୍ୟ ଓ ଜିପିଏସ୍ ଟ୍ୟାଗିଂ ସ୍ଥାନୀୟ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଦେବେ ।

Leave A Reply

Your email address will not be published.