Latest Odisha News

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ ବୋଲି ଗୁରୁବାର ଦିନ ସ୍ପଷ୍ଟ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ଜାରି ରହିବ ଏବଂ ସ୍ୱାସ୍ଥ୍ୟ କାର୍ଡର ନବୀକରଣ ଶୀଘ୍ର ଶେଷ ହେବ।

କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ଯ ବୀମା ଯୋଜନାର ନବୀକରଣ ଉପରେ ବିଚାର ବିମର୍ଶ ଚାଲିଛି। ଅନୁମୋଦନ ପରେ ଡେଡଲାଇନ ପୂର୍ବରୁ ନବୀକରଣ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି।

ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ଯ ବୀମା ଯୋଜନାରେ ବର୍ତ୍ତମାନ ସାମ୍ବାଦିକଙ୍କ ପାଖରେ ରହିଥିବା ସ୍ୱାସ୍ଥ୍ୟ ବୀମା କାର୍ଡର ବୈଧତା ଅଗଷ୍ଟ ୩୧, ୨୦୨୪ରେ ଶେଷ ହେବ।

ସୂଚନାଯୋଗ୍ୟ, ୨୦୧୮ ମସିହାରୁ ସରକାର କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ଯ ବୀମା ଯୋଗାଇ ଆସୁଛନ୍ତି।

Comments are closed.