Latest Odisha News

BREAKING NEWS

ମନମୋହନଙ୍କ ପତ୍ରର ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବର୍ତମାନର ପିଏମ ନରେନ୍ଦ୍ର ମୋଦିଙ୍କୁ ପତ୍ର ମାଧ୍ୟମରେ କେତେକ ପ୍ରସ୍ତାବ ଦେଇଥିଲେ । ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଏହାର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଆପଣ ପତ୍ରରେ ଭ୍ୟାକ୍ସିନ ଉପରେ ଗୁରୁତ୍ୱ ଦେଇଛନ୍ତି । ମାତ୍ର କଂଗ୍ରେସ ଦଳରେ କେତେକ ନେତା ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏପରି କି ଭ୍ୟାକ୍ସିନ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଉଛନ୍ତି । ସେହିପରି ବୈଜ୍ଞାନିକମାନଙ୍କ ଦକ୍ଷତା ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସର ଏପରି ଏକ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏକି ଭ୍ୟାକ୍ସିନ ନେଇ ମିଛ କହିବାରେ ବୋଧହୁଏ ବିଶ୍ୱରେକର୍ଡ କରିବେ । ହର୍ଷବର୍ଦ୍ଧନଙ୍କ ଉତର ପରେ କଂଗ୍ରେସ ପୁନର୍ବରେ ବ୍ୟାକଫୁଟକୁ ଆସିଯାଇଛି ।

Leave A Reply

Your email address will not be published.