Latest Odisha News

BREAKING NEWS

ଦେଶରେ ଆଉ ୨ ଟିକାକୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରହିଛି। କୋଭିଡ-୧୯ କୁ ପରାସ୍ତ କରିବାକୁ ଏହି ଲଢେଇ ମଧ୍ୟରେ ଭାରତକୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ମିଳିଛି। ଦେଶରେ ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ଏହି ନୂତନ ଟିକାକୁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରାଯାଇପାରେ।

ଭାରତର ଡ୍ରଗ୍ ରେଗୁଲେଟର ଅଧୀନରେ ଥିବା ବିଷୟ ବିଶେଷଜ୍ଞ କମିଟି (SEC) ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଏକ ଟିକା (କୋଭୋଭ୍ୟାକ୍ସ), ଏବଂ (କୋର୍ବେଭ୍ୟାକ୍ସ) ଟିକକୁ ମଞ୍ଜୁରି ମିଳିଛି। ଏହାସହିତ ଏବଂ କୋଭିଡ-୧୯ ବିରୋଧୀ ଆଣ୍ଟି-ଭାଇରାଲ ବଟିକା (Molnupiravir)କୁ ମଧ୍ୟ ଅନୁମୋଦନ ମିଳିଛି। ଜରୁରୀକାଳୀନ ସମୟରେ ଏହି ତିନୋଟି ଅସ୍ତ୍ର ବ୍ୟବହାର କରିବାକୁ ଏକ ସୁପାରିଶ ଡ୍ରଗ୍ କଣ୍ଟ୍ରୋଲ୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କୁ ପଠାଯାଇଛି। DCGI ଶୀଘ୍ର ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରେ।

Comments are closed.