Latest Odisha News

କରୋନା ଚିକିତ୍ସା ପାଇଁ ସରକାରଙ୍କ ନୂଆ ଗାଇଡଲାଇନରେ କ’ଣ ଅଛି ? ଜାଣନ୍ତୁ

କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯାଉଥିବା ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିକୁ ପାଞ୍ଚ ଦିନ ଦିଆଯିବ । ପୂର୍ବରୁ ଛଅ ଦିନ ଦିଆଯାଉଥିଲା । ଏସମ୍ପର୍କିତ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ ଫର କୋଭିଡ୍-୧୯ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍ ଅନୁସାରେ ଏହି ମେଡିସିନ୍ କରୋନା ରୋଗୀଙ୍କୁ ଇଞ୍ଜେକସନ୍ ଆକାରରେ ଦିଆଯିବ । ପ୍ରଥମ ଦିନ ରୋଗୀଙ୍କୁ ରେମଡେସିଭିରରୁ ୨୦୦ ମିଲିଗ୍ରାମ୍ ଓ ଅନ୍ୟ ଚାରି ଦିନ ଶହେ ମିଲିଗ୍ରାମ୍ ଲେଖାଏଁ ଦିଆଯିବ ।

କିଡନୀ, ଲିଭର ରୋଗରେ ପୀଡ଼ିତ ରୋଗୀ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଏବଂ ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି ମେଡିସିନ୍ ଦିଆଯିବ ନାହିଁ । ଗତ ଜୁନ୍ ୧୩ ତାରିଖରେ ଗୁରୁତର କରୋନା ରୋଗୀଙ୍କୁ ଜରୁରୀକାଳୀନ ସ୍ଥିତିରେ ରେଡମେସିଭିର ଦେବାକୁ ମଞ୍ଜୁରୀ ମିଳିଥିଲା ।

Leave A Reply

Your email address will not be published.