Latest Odisha News

BREAKING NEWS

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା କବଳରେ ଭିଭିଆଇପି । ବହୁ ରାଜନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ସଂକ୍ରମିତ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ରାଜେଶ ଭୂଷଣ କିମ୍ବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବରେ କୌଣସି ସୂଚନା ମିଳିନାହିଁ । ଏବେ ସେ ଆଇସୋଲେସନରେ ଥିବା ସୂଚନା ମିଳିଛି ।

କରୋନା ମହାମାରୀ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପ୍ରେସମିଟରେ ଦେଶରେ ସ୍ଥିତି ବାବଦରେ ସୂଚନା ଦେଇ ଥାଆନ୍ତି ରାଜେଶ ଭୂଷଣ । ଗତକାଲି ମିଡିଆକୁ ସମ୍ବୋଧନ ବେଳେ ସେ ଅନୁପସ୍ଥିତ ରହିଥିଲେ । ୧୯୮୭ ବ୍ୟାଚ୍ ବିହାର କ୍ୟାଡର ଆଇଏଏସ୍ ରାଜେଶ ଭୂଷଣ । ଗତବର୍ଷ ଜୁଲାଇ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ଭାବରେ ନିଯୁକ୍ତି ପାଇଥିଲେ ।

Leave A Reply

Your email address will not be published.