ଥିରୁଅନନ୍ତପୁରମ: କେରଳର କୋଝିକୋଡ ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ୨୪ ବର୍ଷୀୟ ଜଣେ ସ୍ବାସ୍ଥ୍ୟକର୍ମୀ ବୁଧବାର ନିପା ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିରେ ସଂକ୍ରମିତଙ୍କ ନମୁନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଏଯାବତ ନିପା ଦ୍ବାରା କେରଳରେ ୪ ଜଣ ସଂକ୍ରମିତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ଯା ୭୮୯କୁ ବୃଦ୍ଧି ପାଇଛି।
ଥିରୁଅନନ୍ତପୁରମରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୋଝିକୋଡ ଜିଲ୍ଲାପାଳଙ୍କୁ ସର୍ବସାଧାରଣ ସ୍ଥାନରେ ଭିଡକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ଯାଏଁ ଜିଲାରେ ସମସ୍ତ ସର୍ବସାଧାରଣ କାର୍ଯ୍ୟକ୍ରମ ବନ୍ଦ ରହିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ପୋଲିସ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ନଅଟି ପଞ୍ଚାୟତର ନିର୍ଦ୍ଦିଷ୍ଟ ଓ୍ୱାର୍ଡରେ କଣ୍ଟେନମେଣ୍ଟ ଜୋନ୍ କାର୍ଯ୍ୟକାରୀ କରିବା, ଯାତ୍ରା କଟକଣା ଲାଗୁ କରିବା ଏବଂ ବ୍ୟାରିକେଡ୍ ସ୍ଥାପନ କରିବା ଆରମ୍ଭ କରିଛନ୍ତି। ବୁଧବାର କଣ୍ଟେନମେଣ୍ଟ ଜୋନ୍ ସଂଖ୍ଯା ୪୩ରୁ ୫୮କୁ ବୃଦ୍ଧି ପାଇଛି।
Comments are closed.