ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ମଧ୍ୟ ସଂକ୍ରମିତ ହେଉଛନ୍ତି । ଏହାକୁ ଦେଖି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ କରିବାକୁ ପାଇଁ ନିଷ୍ପତ୍ତି ହୋଇଛି । ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଦ୍ୱାରା ସଂକ୍ରମଣ ରୋକିହେବ । ସ୍ୱାସ୍ଥ୍ୟକର୍ମୀ ୧୪ ଦିନ କାମ କରିବେ, ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ଏଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଡାକ୍ତରଙ୍କ ରହିବା ଠାରୁ ଆରମ୍ଭ କରି ଖାଇବା ପର୍ୟ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି । ଫଳରେ ସଂକ୍ରମଣର ଭୟ ରହିବ ନାହିଁ ବୋଲି କହିଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର ।
ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଓ ଜିଲ୍ଲାଗୁଡ଼ିକରେ ମୋଟ ୩୫ଟି କୋଭିଡ୍ ହସ୍ପିଟାଲ୍ ତିଆରି ହେଉଛି । ୨୪ଟି ହସ୍ପିଟାଲ କାର୍ୟ୍ୟକ୍ଷମ ହୋଇ ସାରିଥିବା ବେଳେ ଆସନ୍ତା ୨୦ ତାରିଖ ମଧ୍ୟରେ ଅନ୍ୟ ୧୧ଟି ହସ୍ପିଟାଲ କାର୍ୟ୍ୟକ୍ଷମ ହେବ । ପଜିଟିଭ୍ କେସ୍ ଆସିନଥିବା ଜିଲ୍ଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ ନିର୍ମାଣ ହେଉଛି । କେନ୍ଦୁଝର ଜିଲ୍ଲାର ଡୁବୁରୀ ସହିତ ତିନୋଟି କୋଭିଡ୍ ହସ୍ପିଟାଲକୁ ଟାଟା ନିଜ ଅର୍ଥରେ ପରିଚାଳନା କରୁଛି । ଟାଟାର ଏହି କାର୍ୟ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଟାଟାକୁ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟରେ ସଂକ୍ରମଣ ହାର୍ କମ୍ ରହିଛି । ରାଜ୍ୟରେ ଟେଷ୍ଟିଂ କାପାସିଟି ବଢ଼ିଛି । ବସ୍ତିବାସିନ୍ଦା, ସ୍ୱାସ୍ଥ୍ୟ କର୍ମଚାରୀ, ଦୋକାନୀ, ଲକ୍ଷଣ ନଥିବା ଲୋକଙ୍କୁ ମଧ୍ୟ ଟେଷ୍ଟ କରାଯିବ । ଆଗାମୀ ୮ରୁ ୧୦ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯେତେଶୀଘ୍ର ସଂକ୍ରମିତ ଚିହ୍ନଟ ହେବେ ସେତେ ଭଲ ହେବ ବୋଲି ସୁରେଶ ମହାପାତ୍ର କହିଛନ୍ତି ।
BREAKING NEWS
- ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଲାଗି ହେଲା ପହିଲି ଭୋଗ
- ଆଶ୍ରମ ସ୍କୁଲରେ +୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ…
- ଦିଲ୍ଲୀ ପ୍ରଦୂଷଣକୁ ନେଇ କ୍ଷମା ମାଗିଲେ ମନ୍ତ୍ରୀ; ଏତେ କମ୍ ସମୟ…
- Dhruv64:ଲଞ୍ଚ ହେଲା ଭାରତର ପ୍ରଥମ 1.0 GHz ସ୍ୱଦେଶୀ ଚିପ୍ ; ପ୍ରତିରକ୍ଷା କ୍ଷେତ୍ରରେ ହେବ ଉପଯୋଗୀ
- ରାଜନୀତିରେ ପାଦ ଥାପି ପାରନ୍ତି ଦୌଡା ରାଣୀ ଦୂତି
- ବଦମାସ ଗୁଳି ଚଳାଇଲେ, ମୋବାଇଲ ବଂଚାଇଲା ଜୀବନ
- ମୁଖ୍ୟସ୍ରୋତକୁ ଫେରିଲେ ୩୪ ମାଓବାଦୀ କ୍ୟାଡର, ସେମାନଙ୍କ ଉପରେ ଥିଲା ୮୪ ଲକ୍ଷ ଟଙ୍କା ପୁରସ୍କାର ରାଶି
- ବିଏମସିର ସଫେଇ ଅଭିଯାନ; ଅନେକ ଦୋକାନ ଉପରେ ୧ ଲକ୍ଷ ଫାଇନ
- Puri Police: ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର
- ଜମି ମ୍ୟୁଟେସନ୍ ମାମଲା; ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ୍
Comments are closed.