Latest Odisha News

BREAKING NEWS

ରୋମାଂଚକର ମୁକାବିଲା: ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ହରାଇଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ: ଚଳିତ ଟି୨୦ ବିଶ୍ୱକପରେ ଏଠାରେ ଖେଳାଯାଇଥିବା ଏକ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏହି ଐତିହାସିକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ରିଆନ ରିକେଲଟେନଙ୍କ ୬୧ ଓ କ୍ୱିଂଟନ ଡିକକଙ୍କ ୫୯ ରନ ସହାୟତାରେ ୧୮୭ ରନ କରିଥିଲା । ଜବାବରେ ଆଫଗାନିସ୍ତାନ ଚମତ୍କାର ପ୍ରଦର୍ଶନ କରି ୨୦ ଓଭରରେ ସମାନ ରନ ସଂଗ୍ରହ କରିଥିଲା । ରହମାନ୍ନୁଲ୍ଲା ଗୁରବାଜ ୮୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।

ଫଳାଫଳ ପାଇଁ ସୁପର ଓଭରରେ ସହାୟତା ନିଆଯାଇଥିଲା । ଆଫଗାନିସ୍ତାନପ ୧୭ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଶେଷ ବଲରେ ଟ୍ରିଷ୍ଟାନ ଷ୍ଟବ୍ସ ଛକା ମାରି ମ୍ୟାଚକୁ ପୂନର୍ବାର ଟାଇ କରିଥିଲେ । ପରବତୀ ସୁପର ଓଭରରେ ଦକ୍ଷିଣ ଆଫ୍ରିକା ୨୩ ରନ କରିଥିଲା । ୨୪ ରନର ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୧୯ ରନ କରି ପରାଜିତ ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ ଏହି ପରାଜୟ ଆଫଗାନିସ୍ତାନକୁ ଅସୁବିଧାରେ ପକାଇ ଦେଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ଲୁଙ୍ଗି ନିଗିଡି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.