Latest Odisha News

ଭୂକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା, ଏବେ ବି ମାଟି ତଳେ ଚାପି ହୋଇଛନ୍ତି ଅନେକ ଲୋକ

ନୂଆଦିଲ୍ଲୀ : ତିବ୍ବତରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୯୫କୁ ବୃଦ୍ଧି ପାଇଛି। ଶତାଧିକ ଲୋକ ଆହତ ହୋଇଥିବା ବେଳେ ମାଟି ତଳେ ଅନେକ ଲୋକ ଦବିଥିବା ସନ୍ଦେହ କରାଯାଉଛି । ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା ମଧ୍ୟ କରାଯାଉଛି । ୭.୧ ତୀବ୍ରତାର ଭୂକମ୍ପରେ ଦୋହଲି ଯାଇଛି ତିବ୍ବତର ଜିଆନ ଅଞ୍ଚଳ । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ନେପାଳ, ଭାରତ, ଭୁଟାନ ଓ ବାଂଲାଦେଶ ପର୍ଯ୍ୟନ୍ତ ଏହାର କମ୍ପନ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ତିବ୍ବତର ଜିଆନ ଅଂଚଳରେ ରହିଥିଲା। ଭୂଗର୍ଭରୁ ୧୦ କିମି ତଳେ ଥିଲା ଏହାର କେନ୍ଦ୍ରସ୍ଥଳ।

ଲୋକେ ନିଦରୁ ଉଠିନଥିବା ବେଳେ ଥରିଲା ମାଟି। ସ୍ଥାନୀୟ ସମୟ ପ୍ରାୟ ୯ଟା ୨୬ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ହଠାତ୍ ରାକ୍‌ରେ ଥିବା ଜିନିଷପତ୍ର ସବୁ ବିଛାଡ଼ି ହୋଇ ପଡ଼ିଥିଲା। ଆଉ ମଲର କର୍ମଚାରୀମାନେ ଜୀବନ ବଞ୍ଚାବା ପାଇଁ ବାହାରକୁ ଧାଇଁ ଥିଲେ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରେକର୍ଡ କରାଯାଇଛି। ବଡ଼ ବଡ଼ କୋଠାରେ ଫାଟ ଦେଖିବାକୁ ମିଳିଛି। ଭଙ୍ଗା ଘର ତଳୁ ଜୀବନ ସନ୍ଧାନ କରୁଛନ୍ତି ଉଦ୍ଧାରକାରୀ ଦଳ । ଅନେକ ଲୋକ ଭଙ୍ଗା ଘର ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁଯାୟୀ ଏହା ଉତ୍ପତି ସ୍ଥଳ ତିବ୍ବତର ଜିଆନ ଅଂଚଳରେ ରହିଥିଲା। ଭୂଗର୍ଭରୁ ୧୦ କିମି ତଳେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ସକାଳ ୬ଟା ୩୫ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଲା। ପ୍ରଥମ ଝଟକା ୫ଟା ୪୧ ମିନିଟରେ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୨ ଥିଲା । ଏହା ପରେ ପରେ କ୍ରମାଗତ ୩ ଥର ଝଟ୍‌କା ଅନୁଭୂତ ହୋଇଥିଲା। ଦ୍ବିତୀୟ ଝଟ୍‌କା ସକାଳ ୬ଟା ୩୫ ମିନିଟରେ ଆସିଥିଲା। ଯାହା କି ଥିଲା ସବୁଠାରୁ ଶକ୍ତିଶାଳୀ। ରିକ୍ଟର ସ୍କେଲରେ ତୀବ୍ରତା ୭.୧ ମପାଯାଇଛି । ତୃତୀୟ ଝଟ୍‌କା ସକାଳ ୭ଟା ୨ ମିନିଟରେ ଓ ଚତୁର୍ଥ ଝଟକା ସକାଳ ୭ଟା ୭ରେ ଅନୁଭୂତ ହୋଇଥିଲା । ଯାହାକି ୪.୭ ଓ ୪.୯ ତୀବ୍ରତାର ଥିଲା। ଭାରତ, ବାଂଲାଦେଶ ଓ ପାକ୍ତିସ୍ତାନ ପର୍ଯ୍ୟନ୍ତ ଲୋକେ ଏହି କମ୍ପନକୁ ଅନୁଭବ କରିଥିଲେ । ଥରିଥିଲା ବିହାର, ଆସାମ, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ-NCR ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ । ତେବେ ଭାରତରେ ସେଭଳି କିଛି କ୍ଷୟକ୍ଷତି ହୋଇନାହିଁ ।

Leave A Reply

Your email address will not be published.