Latest Odisha News

ଦିଲ୍ଲୀରେ ବୁଧବାର ନିର୍ବାଚନକୁ ନେଇ କାହିଁକି ଖୁସି ଅଛି ବିଜେପି ?

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆଜି ନିର୍ବାଚନ ଆୟୋଗ ଏହି ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀ ୭୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଫେବ୍ରୁୟାରୀ ୫ ତାରିଖରେ ଭୋଟ ପଡିବ। ଦିଲ୍ଲୀ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଯେଉଁ ଦିନ ସ୍ଥିର କରିଛନ୍ତି ତାହାକୁ ନେଇ ବେଶ ଖୁସି ଅଛି ବିଜେପି।

ଫେବ୍ରୁୟାରୀ ୫ ତାରିଖ ବୁଧବାର ପଡୁଛି। ଏହାର ଅର୍ଥ କୌଣସି ଛୁଟି ଦିନରେ ମତଦାନ ହେବନାହିଁ। ଏହିଦିନ ସମସ୍ତ ମତଦାତା ସହରରେ ରହିବେ। ୱିକ ଏଣ୍ଡ କିମ୍ବା ଛୁଟି ଦିନ ରହିଲେ କିଛି ପରିବାର ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି। କେତେକ ବିଭିନ୍ନ କାମରେ ଅନ୍ୟ ସହରକୁ ମଧ୍ୟ ଯାଆନ୍ତି। ଏହି ସ୍ଥିତିରେ ଭୋଟ ପ୍ରତିଶତ କମିବାର ବଡ ସମ୍ଭାବନା ରହିଥାଏ। କିନ୍ତୁ ବୁଧବାର ସବୁ କାର୍ଯ୍ୟାଳୟ ଖୋଲା ରହିବା ସହ କୌଣସି ଛୁଟି ଦିନ ନଥିବାରୁ ଅଧିକାଂଶ ମତଦାତା ସହର ଭିତରେ ରହିବେ। ଏହି କାରଣରୁ ଖୁସି ଅଛି ବିଜେପି।

ବୁଧବାର ଦିନ ନିର୍ବାଚନ ତାରିଖ ଘୋଷଣା କରି ନିର୍ବାଚନ ଆୟୋଗ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେପି ନେତା ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। ଏହା ଦ୍ବାରା ମତଦାନ ପ୍ରତିଶତ ବଢିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଗଠନ ହେବ। ଏହିଦିନ ଲୋକେ ବିଜେପିକୁ ଭାରି ମାତ୍ରାରେ ସମର୍ଥନ କରିବା ସହିତ ଦିଲ୍ଲୀକୁ ଲୁଟ କରିଥିବା ‘ଆପ-ଦା’ ଙ୍କୁ ଦିଲ୍ଲୀରୁ ବାହାର କରିବେ ବୋଲି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା କହିଛନ୍ତି।

Comments are closed.