Latest Odisha News

ରାଜ୍ୟକୁ ଫେରିଲା ତାତି, ୪୦ ଡିଗ୍ରୀ ଉପରେ ୯ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । ଗ୍ରୀଷ୍ମ ପ୍ରବାହ ସହ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୯ ସହର । ତେବେ ୪୧ ଡିଗ୍ରୀ ତାପମାତ୍ରା ସହ ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଜି ବାଲେଶ୍ବରରେ ତାପମାତ୍ରା ୩୭.୨ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୭.୨, କଟକରେ ୩୮.୨, ପାରାଦୀପରେ ୩୧.୮, ଭୁବନେଶ୍ବରରେ ତାପମାତ୍ରା ୪୦.୬, ଗୋପାଳପୁର ୩୨.୮, ପୁରୀ ୩୩.୭, ଅନୁଗୁଳ ୪୦.୧, ବାରିପଦା ୩୯.୫, ଝାରସୁଗୁଡ଼ା ୩୯.୮, କେନ୍ଦୁଝର ୩୭.୬, ସମ୍ବଲପୁର ୪୦.୧, ସୁନ୍ଦରଗଡ଼ ୪୦, ହୀରାକୁଦରେ ୪୦.୪, ତାଳଚେରରେ ୩୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ୪୦ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୯.୬, କୋରାପୁଟରେ ୩୫, ଫୁଲବାଣୀରେ ୩୭.୪, ଟିଟିଲାଗଡ଼ରେ ୪୦, ସୋନପୁରରେ ୩୯.୮, ଦାରିଙ୍ଗବାଡି ୩୫, ନୟାଗଡ଼ ୩୯, ଛତ୍ରପୁରରେ ୩୩, ପାରଳାଖେମୁଣ୍ଡିରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.