Latest Odisha News

BREAKING NEWS

ଲଘୁଚାପ ପରେ ରାଜ୍ୟରେ ବଢୁଛି ଗରମ, ଭୁବନେଶ୍ୱରେ ତାପ ସୂଚକାଙ୍କ ୩୮°…

ଭୁବନେଶ୍ୱର: ଲଘୁଚାପ ଯିବା ପରେ ଉପକୂଳ ଓଡ଼ିଶାରେ ପୁଣି ଥରେ ଗରମ ଓ ଆର୍ଦ୍ର ପାଗ ପରିସ୍ଥିତି ସୃଷ୍ଟି ହୋଇଛି।ଗୁରୁବାର ସକାଳ ୮ଟା ୩୦ମି.ରେ ରେକର୍ଡ କରାଯାଇଥିବା ପାଣିପାଗ ତଥ୍ୟ ଅନୁଯାୟୀ, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ସ୍ତର ସହିତ ତାପ ସୂଚକାଙ୍କ ବୃଦ୍ଧି ପାଇଛି।

ପୁରୀରେ ତାପମାତ୍ରା ୩୨.୬° ସେଲସିୟସ୍ ଏବଂ ଆର୍ଦ୍ରତା ସ୍ତର ୮୧% ରେକର୍ଡ କରାଯାଇଛି। ଏଥିସହିତ ତାପ ସୂଚକାଙ୍କ ୪୭° ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଯାହା ଫଳରେ ପ୍ରକୃତ ତାପମାତ୍ରା ଅପେକ୍ଷା ଯଥେଷ୍ଟ ଅଧିକ ଗରମ ଅନୁଭବ ହେଉଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୨° ସେଲସିୟସ୍ ଏବଂ ଆର୍ଦ୍ରତା ସ୍ତର ୭୮% ରେକର୍ଡ କରାଯାଇଛି। ଯାହା ଫଳରେ ତାପ ସୂଚକାଙ୍କ ୩୮° ସେଲସିୟସ୍ ରହିଛି।

ଅପରପକ୍ଷରେ ରାଜ୍ୟରେ ବର୍ଷାର ପରିମାଣ ଦୁଇ ଦିନ ପର୍ଯ୍ୟନ୍ତ କମ ରହିବ ବୋଲି ଆଶା କରାଯାଉଛି। କିନ୍ତୁ ଅଗଷ୍ଟ ୨୧ ସକାଳ ଠାରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇପାରେ। ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

Comments are closed.