Latest Odisha News

BREAKING NEWS

ରାଜ୍ୟରେ ଭୟଙ୍କର ତାତି, ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତତଲା କଢେଇରେ ଭାଜି ହେଉଛି ସାରା ରାଜ୍ୟ। ଭୟଙ୍କର ତାପମାତ୍ରାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପୁରୀ ଜିଲ୍ଲାରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅଧିନ ଗଡ଼ହଡ଼ପୁଟ ଗ୍ରାମର ଅରକ୍ଷିତ ପାଲଟାସିଂହ ସୋମବାର ଦିନ ପ୍ରାୟ ୧୨ ଟା ବେଳେ ବିଲରୁ ଫେରୁଥିବା ବେଳେ ମୁଣ୍ଡ ବୁଲାଇ ପଡିଯାଇଥିଲେ। ବୟସ ତାଙ୍କର ୬୫ ବର୍ଷ । ସେ ଉତ୍ତରପଟ ଅଠମାଣ ଗହିର ଜମିକୁ ଧାନ ବୁଣିବାକୁ ଯାଇଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଟ୍ରାକ୍ଟର ଚାଳକ ଅରକ୍ଷିତ ଅଚେତ ହୋଇ ପଡିଥିବା ଦେଖି ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଏଠାରେ ଡାକ୍ତର ଅରକ୍ଷିତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ପାଣିପାଗ ସୂଚନା ଅନୁଯାୟୀ ସୋମବାର ସାରା ଓଡ଼ିଶାରେ ୩୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିଲା। ସେହିପରି ରାଜଧାନୀରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ତାପମାତ୍ରା ରହିଥିଲା। ମୋଟ ୧୦ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ବା ତା’ଠାରୁ ଅଧିକ ଥିଲା। ସୋନପୁର ପରେ ବରଗଡ଼ରେ ୪୪.୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ଼, ନୟାଗଡ଼ ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଛି।

Comments are closed.