Latest Odisha News

BREAKING NEWS

ରାଜଧାନୀରେ ସକାଳ ସାଢେ ଆଠଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ; କଲେଜ ଛୁଟି ପାଇଁ ଦାବି

ଭୁବନେଶ୍ୱର: ବଢୁଛି ତାତି । ତାତିକୁ ଦୃଷ୍ଟିରେ ରଖି ଆଜିଠୁ ସବୁ  ୧୬ ତାରିଖ ଯାଏ ସ୍କୁଲ ବନ୍ଦ କରି ଦିଆଯାଇଛି । ପିଲା ସନା ସ୍କୁଲ ଆସିବେନି ହେଲେ ଘରେ ବି ଖରାରୁ ଆଶ୍ୱସ୍ତି ନାହିଁ । ଆଜି ବି ରାଜଧାନୀରେ ସକାଳୁ ସକାଳୁ ତାପମାତ୍ରା ବଢିବାରେ ଲାଗିଛି । ଆଜି ସକାଳ ୮.୩୦ ସୁଦ୍ଧା  ତାପମାତ୍ରା ରାଜଧାନୀରେ ୩୧ ଡ଼ିଗ୍ରୀ ସେଲସିୟସ ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ଏହି ତାପାମାତ୍ର ଆହୁରି ବଢିବାର ସମ୍ଭାବନା ରହିଛି । ଏପ୍ରିଲ ୧୩ରୁ ୧୫ ତାରିଖ ଯାଏ ହିଟ୍ ୱେଭ୍ ଜାରି ରହିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ଆଜିଠାରୁ ସାରା ରାଜ୍ୟରେ ୧୬ ତାରିଖ ଯାଏ ସ୍କୁଲ ଛୁଟି ରହିବ ବୋଲି ରାଜ୍ୟ ସରାକର ଘୋଷଣା କରିଛନ୍ତି। ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌ ମାସ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ। ଏଥିପାଇଁ ସତର୍କ ରହିବାକୁ ଏସ୍‌ଆର୍‌ସି କହିବା ସହ ଖରାଦିନ ପାଇଁ କଣ କରିବା ଦରକାର କଣ ନ କରିବା ଦରକାର ସେନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର କରିବାକୁ କୁହାଯାଇଛି।

ସମସ୍ତ ପିଏଚ୍‌ସି, ସିଏଚ୍‌ସି, ସବ୍‌ଡିଭିଜନ, ଜିଲ୍ଲା ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍, ଓଆର୍‌ଏସ୍‌ ରଖିବାକୁ କୁହାଯାଇଥିବା ବେଳେ ଅଂଶୁଘାତ ୱାର୍ଡ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଖରା ସମୟରେ ବାହାରକୁ ନଯିବା। ଅତି ଆବଶ୍ୟକ ପଡ଼ିଲେ ସତର୍କ ହୋଇ ବାହାରିବାଳ ପାଇଁ କୁହାଯାଉଛି ।  ସମସ୍ତ ଯାତ୍ରୀବାହୀ ବସ୍‌ରେ ପାଣି, ଓଆର୍‌ଏସ୍‌ ରଖିବା,ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବାକୁ ମନା ହୋଇଛି। ସେହିପରି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବା ସହ ଯେଉଁଠି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିବ ସେଠାରେ ତହସିଲଦାର/ଅତରିକ୍ତ ତହସିଲଦାର କିମ୍ବା ରାଜସ୍ୱ ଅଧିକାରୀଙ୍କ ସହ ସିଡିଏମ୍‌ଓ/ଏସ୍‌ଡିଏମ୍‌ଓ ଏହାର ତଦନ୍ତ କରି ରିପୋର୍ଟ ଦେବେ।

ଅନ୍ୟପକ୍ଷେ  ସରକାର  ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଦଶମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ  ବୋଲି ସରକାର ଘୋଷଣା କରିଥିଲେ ହେଁ  କଲେଜ ଖୋଲା ରହିଛି ।  ପ୍ରଚଣ୍ଡ ତାତିରେ ପିଲା କେମିତି କଲେଜ ଯିବେ ସେ ନେଇ ପ୍ରଶ୍ନ ଉଠିଛି । ତେଣୁ ତୁରନ୍ତ କଲେଜ ବନ୍ଦ କରିବାକୁ  ନହେଲେ ଅନଲାଇନ୍ କ୍ଲାସ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

Comments are closed.