Latest Odisha News

BREAKING NEWS

ଆଜି ଓ କାଲି ଉପକୂଳ ଓଡ଼ିଶାରେ ସାମାନ୍ୟ ଆଶ୍ୱସ୍ତି; ଆହୁରି ୫ ଦିନ ତାତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଖରାର ତାଉ କମିଥିଲେ ବି ଗୁଳୁଗୁଳି ଜାରି ରହିଛି। ଗତକାଲି କଟକ ଓ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିଥିଲା। ଏଥିରେ ଗଛପତ୍ର ଉପୁଡ଼ି ପଡ଼ିବା ସହ ବିଜୁଳି ସେବା ବାଧାପ୍ରାପ୍ତ ହୋଇଥିଲା। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶାରେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିବ। ତେବେ ପଶ୍ଚିମ ଓଡ଼ିଶାରେ ତାତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅନ୍ୟପଟେ ଆଗାମୀ ୫ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଗତକାଲି  ସମ୍ବଲପୁରରେ ସର୍ବାଧିକ ୪୬.୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ସ୍ୱାଭାବିକ ତାପମାତ୍ରାଠାରୁ ୮ ଡିଗ୍ରୀ ଅଧିକ ଥିଲା।

ପାଣିପାଗ ବିଭାଗ ଅନୁଯାୟୀ, ଗତ ୨୫ ବର୍ଷ ପରେ ଗତକାଲି ସମ୍ବଲପୁରରେ ଏତେମାତ୍ରାରେ ଗରମ ରେକର୍ଡ କରାଯାଇଛି। ଶେଷ ଥର ପାଇଁ ୧୯୯୮ ମସିହା ଜୁନ୍ ୨ରେ ସମ୍ବଲପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୭.୪ ଡିଗ୍ରି ରେକର୍ଡ କରାଯାଇଥିଲା। ଯାହାକି ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରାର ସର୍ବକାଳୀନ ରେକର୍ଡ।

ଗତକାଲି ରାଜ୍ୟର ୧୦ ସହରର ତାପମାତ୍ରା ୪୪ ଡିଗ୍ରି ଉପରେ କରିଥିଲା। ସେହିପରି ୩୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ପାରଦ ଥିଲା ୪୪.୩ ଡିଗ୍ରୀ  ଛୁଇଁଥିଲା। ଯାହା ସ୍ୱାଭାବିକଠାରୁ ୮.୩ ଡିଗ୍ରି ଅଧିକ ବୋଲି ପାଣିପାଗ ବିଭାଗ କହିଛି।

ଗତକାଲି କେଉଁ ସହରରେ କେତେ ତାପମାତ୍ରା ରହିଥିଲା ଜାଣନ୍ତୁ-

ସ୍ୱାଭାବିକ ଦିନରେ ଏତେବେଳକୁ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବା କଥା । ହେଲେ ଏଥର କେବଳ ଖରା ହିଁ ଖରା। ଆଗମୀ ୫ ଦିନ ଗୁଳୁଗୁଳି ଆହୁରି କଲବଲ କରିବ। ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ। ୧୭ ତାରିଖ ଯାଏଁ ନିସ୍ତାର ନାହିଁ। ତେବେ ୧୫ରୁ ୧୬ ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପୁଣି ୧୭ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ରହିବ ପାଣିପାଗ ବିଭାଗ କହୁଛି। ପାଣିପାଗ ବିଭାଗର ଦ୍ୱନ୍ଦ୍ୱ ସାଙ୍ଗଗକୁ ଅସହ୍ୟ ଗୁଳୁଗୁଳି ଓ ଫେରାର୍ ମୌସୁମୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।

Comments are closed.