Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଜାରି, ଆହୁରି ବୃଦ୍ଧିପାଇବ ତାପମାତ୍ରା

ଭୁବନେଶ୍ୱର: ଏବେ ରାଜ୍ୟର ଅଧିକାଂଶ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଭୀଷଣ ଗ୍ରୀଷ୍ମ ଲହରୀ ପ୍ରକୋପ ଚାଲିଥିବା ବେଳେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରୀରୁ ଜଣାପଡ଼ିଛି ।

ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ରାଜ୍ୟର ୧୦ଟି ସ୍ଥାନ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଏଥିମଧ୍ୟରେ କେବଳ ପଶ୍ଚିମ ଓଡ଼ିଶାର ୮ଟି ସହର ରହିଛି ।

ଓଡ଼ିଶାର ଝାରସୁଗୁଡ଼ା ସର୍ବାଧିକ ତାପମାତ୍ରା ରହିଥିବା ସହର ସାବ୍ୟସ୍ତ ହୋଇଛି । ଏଠାରେ ଆଜି ୪୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

ତାଳଚେର ୪୦.୫ ଡ଼ିଗ୍ରୀ ସେଲସିୟସ, ଅନୁଗୁଳ (୪୨.୧), ସମ୍ବଲପୁର (୪୨), ହିରାକୁଦ (୪୧.୬), ସୁନ୍ଦରଗଡ଼ (୪୦), ବଲାଙ୍ଗିର (୪୦) ଏବଂ ଟିଟିଲାଗଡ଼ (୪୦) ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୫.୬ ରହିଥିବା ବେଳେ କଟକର ସର୍ବାଧିକ ତାପମାତ୍ରା ୩୬ ଡ଼ିଗ୍ରୀ ସେଲସିୟସ ରହିଥିଲା । ତେବେ ଏହି ଦୁଇ ସହରର ଆଦ୍ରତା ଯଥାକ୍ରମେ ୮୩ ଓ ୭୯ ପ୍ରତିଶତ ରହିଥିବାର ସୂଚନା ହସ୍ତଗତ ହୋଇଛି ।

ଆଜି ଉଭୟ ଉପକୂଳବର୍ତ୍ତୀ ଏବଂ ପଶ୍ଚିମଓଡ଼ିଶାରେ ଅସହ୍ୟ ଗରମ ସାଙ୍ଗକୁ ତାପମାତ୍ରା ବୃଦ୍ଧି ଲାଗି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ।

ତେବେ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଏହି ଗ୍ରୀଷ୍ମ ଲହରୀ ଆହୁରି ୨ରୁ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.