Latest Odisha News

BREAKING NEWS

ପ୍ରଚଣ୍ଡ ଖରାରେ ଫୁଟୁଛି ପଶ୍ଚିମ ଓଡ଼ିଶା, ୧୦ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ

ବାତ୍ୟା ଅମ୍ଫାନ ଯିବା ପରେ ସାରା ରାଜ୍ୟରେ ରାଜ୍ କରୁଛି ପ୍ରଚଣ୍ଡ ରୌଦ୍ରତାପ । ଗତ ୨୪ ଘଣ୍ଟା ହେଲା ରାଜ୍ୟରେ ପାଗ ଶୁଖିଲା ରହିଛି । ଆଉ ଉପରକୁ ଉଠିଛି ପାରଦ । ବଲାଙ୍ଗିର ଜିଲ୍ଲାରେ ସୂର‌୍ୟ୍ୟଙ୍କ ପ୍ରକୋପ ଅଧିକ ରହିଛି । ଆଜି ଟିଟିଲାଗଡ଼ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ସେଠାକାର ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ ହୋଇଛି ।

ସେହିଭଳି ପ୍ରାୟ ସମସ୍ତ ଜିଲ୍ଲାର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଆସନ୍ତା ୨୮ ତାରିଖ ପର‌୍ୟ୍ୟନ୍ତ ବଲାଙ୍ଗିର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର ଓ ମାଲକାନଗିରି ଲାଗି ହିଟ୍ ଓ୍ୱେଭ୍ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆସନ୍ତା ୨୪ ପର‌୍ୟ୍ୟନ୍ତ ପାଇଁ ଏହିସବୁ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୨୬ରୁ ୨୮ ତାରିଖ ପର‌୍ୟ୍ୟନ୍ତ ଜାରି ହୋଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ ।

ଏହି ସମୟରେ ସକାଳ ୧୦ରୁ ଅପରାହ୍ନ ୩ଟା ପର‌୍ୟ୍ୟନ୍ତ କୌଣସି ଜରୁରୀ କାମ ନଥିଲେ ପଦାକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ତାସହ ବାହାରକୁ ଗଲାବେଳେ ମୁଣ୍ଡରେ ଓଦା ଗାମୁଛା କିମ୍ୱା ସାଙ୍ଗରେ ଛତା ଓ ପାଣି ବୋତଲ ନେବା ଜରୁରୀ । ଶ୍ରମିକମାନଙ୍କୁ ଦିନ ୧୧ଟା ପରେ କାମ ନକରିବାକୁ ପରାମର୍ଶ ଦିଆଯାଇଥିବାବେଳେ ଅସୁସ୍ଥ ବ୍ୟକ୍ତି ଓ ଛୋଟ ପିଲା ମଧ୍ୟ ଯଥା ସମ୍ଭବ ଖରାରୁ ନିଜକୁ ଦୂରେଇ ରଖିବାକୁ କହିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.