Latest Odisha News

BREAKING NEWS

ଜଳୁଛି ଉତ୍ତର ଭାରତ; ୪୮ ଡିଗ୍ରୀ ଛୁଇଁଲା ପାରଦ

ନୂଆଦିଲ୍ଲୀ:  ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀ ସମେତ ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳବାସୀ । ଏହାକୁ ନେଇ ଆଗାମୀ ୫ ଦିନ ଯାଏଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ ବିଗତ କିଛି ଦିନ ହେବ ଉକ୍ତ ରାଜ୍ୟର ଅନେକ ସ୍ଥାନରେ ପାରଦ ସର୍ବୋଚ୍ଚ ୪୭ ଡିଗ୍ରୀ ରହିଆସୁଛି ।

ଆହୁରି ମଧ୍ୟ ରାଜସ୍ଥାନ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶର ଅନେକ ସ୍ଥାନରେ ମଙ୍ଗଳବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିସହିତ ୪୭.୮ ଡିଗ୍ରୀ ସହ ହରିୟାନା ସବୁଠୁ ଉତପ୍ତ ସହର ପାଲଟିଛି । ସେହିପରି ଦିଲ୍ଲୀରେ ମଧ୍ୟ ତାପମାତ୍ରା ୪୭. ୪ ଡିଗ୍ରୀ ରେକର୍ଡ କରାଯାଇଛି ।

ତେବେ ଗୋଟେ ପଟେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଜଳୁଛି ଭାରତର ଉତ୍ତର ପଟ । ଅସହ୍ୟ ତାତି ସବୁ ରେକର୍ଡ ଭାଙ୍ଗିଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡିକୁ ଛୁଟି ଘୋଷଣା କରିଛନ୍ତି ସରକାର ।

ସୂଚନାଯୋଗ୍ୟ, : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବ  । ତେବେ ଏହାର କୌଣସି ପ୍ରଭାବ ଓଡିଶାରେ ଉପରେ ପଡିବ ନାହିଁ । ଯେଉଁଭଳି ଭାବେ ଓଡିଶାର ସ୍ଥାନେ ସ୍ଥାନେ କାଳବୈଶାଖୀର ପ୍ରଭାବ ରହିଛି, ଆଗାମୀ କିଛି ଦିନ ସେହି ସମାନ ସ୍ଥିତି ବଜାୟ ରହିବ । ଏଥିସହିତ ଆଗାମୀ ୨ରୁ ୩ ଦିନ ପାଇଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାକୁ ବିଜୁଳି ଓ ଘଡଘଡି ସହ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.