Latest Odisha News

BREAKING NEWS

ତାମିଲନାଡୁ ଏବଂ କେରଳରେ ପ୍ରବଳ ବର୍ଷା, ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଚେନ୍ନାଇ: ତାମିଲନାଡୁ ଏବଂ କେରଳର ଅନେକ ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା କାରଣରୁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ଭଳି ପରିସ୍ଥିତି ମଧ୍ୟ ଉପୁଜିଛି । ଭୂସ୍ଖଳନ କାରଣରୁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବ୍ୟାହତ ହୋଇଥିଲା । ରାଜ୍ୟ PWD ବିଭାଗ ରାସ୍ତା ମରାମତି କାର୍ଯ୍ୟରେ ନିୟୋଜିତ ଅଛି ।

ସେପଟେ ରାଜ୍ୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନୀଳଗିରି ପ୍ରଶାସନ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ ଘୋଷଣା କରିଛି । ପ୍ରବଳ ବର୍ଷା ହେତୁ କୁନୁର-ମେଟୁପାଲାୟମ ଜାତୀୟ ରାଜପଥ ଏବଂ ନୀଳଗିରି ଜିଲ୍ଲାର କୋଥାଗିରି-ମେଟୁପାଲାୟମ ରାଜପଥର ଅତି କମରେ ୧୦ଟି ସ୍ଥାନରେ ଯାତାୟାତ ବନ୍ଦ ରହିଛି ।

ଚେନ୍ନାଇର ଆଞ୍ଚଳିକ ପାଣିପାଗ ବିଭାଗ ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାମିଲନାଡୁ ଏବଂ ପୁଡୁଚେରୀ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ନେଇ ଆଲର୍ଟ ଜାରି କରିଛି । ତାମିଲନାଡୁର ଚେଙ୍ଗଲପାଟ୍ଟୁ, କୋଏମ୍ବାଟୁର, କୁନୁର, କୋଥାଗିରି ଏବଂ ଥୋଥୁକୁଡି ସମେତ ତାମିଲନାଡୁର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅନେକ ଅଞ୍ଚଳରେ ପାଣି ଜମା ହେବାର ଖବର ମଧ୍ୟ ରହିଛି । ଏନେଇ ସୂଚନା ଦେଇଛନ୍ତି ଚେନ୍ନାଇ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ବାଲାଚନ୍ଦ୍ରନ ।

ଇଡୁକି ଏବଂ ପଠାନମୂର୍ତ୍ତି ଜିଲ୍ଲାର କିଛି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । କିଛି ସ୍ଥାନରେ ଜଳବନ୍ଦୀ କାରଣରୁ ଜନଜୀବନ ପ୍ରଭାବିତ ହୋଇଛି । ରାଜପଥରେ ସୁଉଚ୍ଚର ପାଣି ଲହଡି ମାରୁଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ବଢୁଥିବା ବର୍ଷାର ପରିମାଣକୁ ଦେଖି ଇଡୁକି ଜିଲ୍ଲାର କାଲାରକଟ୍ଟି ଏବଂ ପମ୍ବାଲା ଡ୍ୟାମର ଗେଟ ଖୋଲାଯାଇଛି ।

Leave A Reply

Your email address will not be published.