ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରୁଥିବା ବେଳେ ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶୁକ୍ରବାର ଦିନ ଆକଳନ କରାଯାଇଛି ।
ଆଇଏମଡି ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ୍ ଅନୁଯାୟୀ ପଶ୍ଚିମ-ମଧ୍ୟ ଏବଂ ଏହାର ନିକଟବର୍ତ୍ତୀ ପୂର୍ବ-ମଧ୍ୟ ବଙ୍ଗୋପସାଗରରୁ ବାତ୍ୟା ବୁଲବୁଲ୍ ଘଣ୍ଟାପ୍ରତି ୧୦ କିମି. ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆହୁରି ମଧ୍ୟ ଆଜି ସକାଳ ୫ଟା ୩୦ମି. ସମୟରେ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ସହ ପାରାଦୀପ ଠାରୁ ପ୍ରାୟ ୩୫୦ କିମି. ଦୂରରେ ରହିଛି । ଏଥିସହିତ ପଶ୍ଚିମବଙ୍ଗ କୂଳରୁ ୫୩୦ କିମି. ଏବଂ ବାଂଲାଦେଶରୁ ପାଖାପାଖି ୬୩୦ କିମି. ଦୂରରେ ରହିଛି ।
ଆହୁରି ମଧ୍ୟ ଏହି ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ୍ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିମି. ରହିବ ।
ଏହାର ପ୍ରଭାବରେ ଓଡିଶାର ଉପକୂଳ ଜିଲ୍ଲାଗୁଡିକରେ ସାମାନ୍ୟ ବର୍ଷା ଲାଗି ରହିଥିବା ବେଳେ ଆଇଏମଡି ପକ୍ଷରୁ ନିମ୍ନଲିଖିତ ଆଉ କିଛି ଜିଲ୍ଲାରେ ରେଡ୍ ଓ ୟୋଲୋ ୱାର୍ଣିଂ ଜାରି କରାଯାଇଛି ।
ନଭେମ୍ବର ୦୮- (ୟୋଲୋ ୱାର୍ଣ୍ଣିଂ)
ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା
ନଭେମ୍ବର ୦୯- (ରେଡ୍ ୱାର୍ଣ୍ଣିଂ)
ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା
ନଭେମ୍ବର ୧୦- (ୟେଲୋ ୱାର୍ଣ୍ଣିଂ)
କଟକ, ଯାଜପୁର ଓ ମୟୁରଭଞ୍ଜ
ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ସେଥିପାଇଁ ଏହି ଅବଧି ମଧ୍ୟରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହାବ୍ୟତିତ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ର ମଧ୍ୟରୁ ପଳାଇ ଆସିବା ପାଇଁ କୁହାଯାଇଛି।
Comments are closed.