Latest Odisha News

BREAKING NEWS

ବର୍ଷାରେ ବେହାଲ ଉତ୍ତର ପୂର୍ବ ଭାରତ: ପାଣିରେ ବୁଡିଲା ଆସାମ

ନୂଆଦିଲ୍ଲୀ: ମୌସୁମୀ ପ୍ରଭାବରେ ଦେଶର ଅନେକ ଅଞ୍ଚଳ ବେହାଲ । ସବୁଠି ବର୍ଷାର ବିତ୍ପାତ ମୃତ୍ୟୁ ଫାଟକ ଖୋଲିକି ବସିଛି । ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ, ଏବେ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । କେରଳ, ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡରେ ତ ଏହା ସବୁ ସୀମା ପର କରିଥିବା ବେଳେ ଅକାଳରେ ଗଲାଣି ଶହ ଶହ ଜୀବନ ।

ସେପଟେ ସମାନ ଅବସ୍ଥା ଆସାମ ଓ ମେଘାଳୟର । ଲଗାତାର ବର୍ଷା କାରଣରୁ ନଦୀ ନାଳ ସବୁ ଏକାକାର । ଯେଉଁଥିପାଇଁ ଚାରିଆଡେ ଜଳବନ୍ଦୀ । ଅଣ୍ଟାଏ ପାଣି ପଶି ଚଳପ୍ରଚଳ ହେୁଛନ୍ତି ଆସାମବାସୀ । ପାଣି ଭିତରେ ବୁଡି ରହିଛି ଟ୍ରାଫିକ୍ । ଯେମିତି ସେମିତି ସେହି ଭିତରେ ଯାଆସ କରି ବଞ୍ଚୁଛନ୍ତି ବାସିନ୍ଦା ।

ସେପଟେ ପାଣି ଘେରରେ ନିଜର ଜୀବନ ଅତିବାହିତ କରୁଥିବା ବେଳେ, ଆସାମକୁ ପୁଣି ଆଗାମୀ ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଇଏମଡି । ଏହା ସହିତ ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାର କିଛି ସ୍ଥାନକୁ ମଧ୍ୟ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତି ଓ ମୁଶଳ ଧାରାରେ ବର୍ଷାକୁ ନେଇ ଆସାମ ରାଜ୍ୟ ସମେତ କିଛି ପୂର୍ବୋତ୍ତର ରାଜ୍ୟରେ ସ୍କୁଲ କଲେଜ ଓ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ସରକାର ।

Comments are closed.