Latest Odisha News

ରାଜଧାନୀରେ ପ୍ରବଳ ବର୍ଷା, ଭାଙ୍ଗିଲା ୮୮ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ଷା ବିତ୍ପାତ । ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ପାଣିରେ ଭାସିଯାଇ ଅଲଗା ଅଲଗା ସ୍ଥାନରେ ୪ ଛୋଟ ପିଲାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।

ରାଜଧାନୀରେ ମୌସୁମୀ ପହଞ୍ଚିବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ପାଞ୍ଚ ଦିନ ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ଏବଂ ଦିଲ୍ଲୀର କିଛି ଅଂଶ ଜୁଲାଇ ୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

 ୨୪ ଘଣ୍ଟା ମଧ୍ୟରେ ୨୨୮.୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।୨୪ ଘଣ୍ଟାରେ ଏତେ ପରିମାଣର ବର୍ଷା ହେବା ଦିଲ୍ଲୀର ୮୮ବର୍ଷର ରେକର୍ଡ ଭାଙ୍ଗିଛି। ୧୯୩୬ ଜୁନ୍‌ରେ ସର୍ବାଧିକ ୧୩୫.୫ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ ରହିଥିଲା। ଗୁରୁବାର ବର୍ଷା‌ ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।

Leave A Reply

Your email address will not be published.