Latest Odisha News

ଜୁଲାଇ ୮ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜୁଲାଇ ୮ ତାରିଖ ଯାଏଁ ଓଡିଶାର ଅନେକ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଜୁଲାଇ ୪ରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ବରଗଡ, ମୟୂରଭଞ୍ଜ, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଜୁଲାଇ ୫ରେ କ‌ୌଣସି ବର୍ଷା ସମ୍ଭାବନା ନଥିବା ବେ‌ଳେ ୬ ତାରିଖ ବେଳକୁ କୋରାପୁଟ, ରାୟଗଡ, ମୟୂରଭଞ୍ଜ ଏବଂ କେନ୍ଦୁଝରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଜୁଲାଇ ୭ରେ ମାଲକାନଗିରି, କୋରାପୁଟ, କନ୍ଧମାଳ ଏବଂ ଗଞ୍ଜାମରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ।  ସେହିପରି ଗଜପତି,ରାୟଗଡ, କଳାହାଣ୍ଡି, ନବରଙ୍ଗପୁର, ଖ‌ୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଜୁଲାଇ ୮ରେ ମାଲକାନଗିରି, କୋରାପୁଟ, ରାୟଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ, ମୟୂରଭଞ୍ଜ, ଏବଂ କେନ୍ଦୁଝରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହ‌ୋଇପାରେ। ତେବେ ଜୁଲାଇ ୪ରୁ୧୦ ମଧ୍ୟର‌େ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମଧରଣର ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି।

Leave A Reply

Your email address will not be published.