Latest Odisha News

ଓଡ଼ିଶାର ଏହି ଚାରି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଆଶଙ୍କା

ଭୁବନେଶ୍ୱର: ସୋମବାର ଦିନ ଓଡିଶାର ଗଜପତି, ରାୟଗଡା, ମୟୂରଭଞ୍ଜ ଏବଂ କେନ୍ଦୁଝର ଆଦି ଚାରି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ କନ୍ଧମାଳ, ନୁଆପଡା,ବାଲେଶ୍ଵର, ସୋନପୁର, ବୌଦ୍ଧ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସ୍ଥାନ ମାନଙ୍କରେ ପବନର ବେଗ ୪୦-୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଜୁନ୍ ୪ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ଓଡ଼ିଶାର ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ଜୁନ୍ ୨:

ସମ୍ବଲପୁର, କଟକ, ପୁରୀ, ଦେଓଗଡ, ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା।

ଜୁନ୍ ୩:

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, କନ୍ଧମାଳ, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲା ।

Comments are closed.