Latest Odisha News

BREAKING NEWS

ଦିଲ୍ଲୀରେ ସକାଳୁ ସକାଳୁ ଝଡ଼ବର୍ଷାର ତାଣ୍ଡବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଦିଲ୍ଲୀରେ ବଦଳିଗଲା ପାଗ । ଅଚାନକ ମାଡ଼ି ଆସିଲା ଝଡ଼ବର୍ଷା । ସାଙ୍ଗରେ ଆଣିଲା ପବନ । କାଳବୈଶାଖୀ ବର୍ଷା ଦିଲ୍ଲୀରୁ ଭିଜାଇଛି । ତାତିରୁ ତ୍ରାହି ମିଳିଛି । କିନ୍ତୁ କାଳବୈଶାଖୀ ଜନିତ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକଙ୍କ ଘର ଛପର ଉଡ଼ିଯାଇଛି । ପବନରେ ଭାଙ୍ଗି ଯାଇଛି ଗଛ । ବିଭିନ୍ନ ସ୍ଥାନରେ ରାସ୍ତାରେ ଗଛ ପଡ଼ି ଥିବାରୁ ଯାତାୟତ ବାଧାପ୍ରାପ୍ତ ବି ହୋଇଛି ।

ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ସକାଳ ୪ଟାରୁ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା ପବନ । ବିଭିନ୍ନ ସ୍ଥାନରେ ରାସ୍ତାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ପବନ ଯୋଗୁ କିଛି ସମୟ ବନ୍ଦ ରହିଥିଲା ବିଦ୍ୟୁତ ସରବରାହ । ଅନ୍ଧାରରେ ରହିଥିଲେ ଲୋକ ।

କିଛି ସ୍ଥାନରେ କାନ୍ଥ ପଡ଼ିଥିବା ଖବର ବି ମିଳିଛି । ତେବେ କେହି ମୃତାହତ ହୋଇଥିବା ଖବର ନାହିଁ । ସେହିପରି ବର୍ଷା ପବନ ଯୋଗୁ କିଛି ସମୟ ଦିଲ୍ଲୀରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ପାଣିପାଗ ବିଭାଗ କହିଛି, ୱେଷ୍ଟର୍ଣ୍ଣ ଡିଷ୍ଚରବାନ୍ସ ପ୍ରଭାବରେ ଦିଲ୍ଲୀରେ ବର୍ଷା ପବନ ହୋଇଛି । ଏହା କାଲି ଯାଏ ସକ୍ରିୟ ରହିବ । ଏହାର ପ୍ରଭାବରେ କାଲି ଯାଏ ବର୍ଷା ପବନ ହୋଇପାରେ । ଆଜିର ବର୍ଷା ଅସହ୍ୟ ଗରମରୁ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।

Leave A Reply

Your email address will not be published.