Latest Odisha News

BREAKING NEWS

ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ଗାଁ

ଢେଙ୍କାନାଳ: ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ସମଗ୍ର ଓଡିଶା । ରେଡ଼ ଆଲର୍ଟରେ ଥିବା ଢେଙ୍କାନାଳର ସ୍ଥିତି ସଙ୍ଗୀନ ହୋଇଛି । ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁଁ ଭୁବନ ବ୍ଲକ ଭୂଷଳ ପଂଚାୟତ ଅନ୍ତର୍ଗତ ଜୟପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏଥି ସହିତ ମାଳପୁରା , ଓଢଣା , ଦଧିସିଙ୍ଗା ଆଦି ଗାଁ ଗୁଡିକ ପ୍ରଭାବିତ ହୋଇଛି । ଏବେ ବି ପ୍ରାୟ ୪ ଫୁଟ ଉଚ୍ଚ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଛି ।

ତେବେ ଜୟପୁର ଗାଁକୁ ବ୍ରାହ୍ମଣୀ ନଦୀର ଦୁଃଖ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରତିବର୍ଷ ବନ୍ୟାଜଳ ଯୋଗୁଁ ସମ୍ପୂର୍ଣ୍ଣ ଗାଁ ପ୍ରଭାବିତ ହୋଇଥାଏ । ଏଥିପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନକୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ ।

ସେହିପରି କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଶିଆରିମାଳିଆ ଗାଁ ଛକ ନିକଟରେ ଥିବା ପେରିପେରିଆ ନାଳଟି ଭାଙ୍ଗି ଯିବା ଯୋଗୁଁ ତାଳଚେର-ଡୁବୁରୀ ଯାତାୟାତ ଠପ ହୋଇ ପଡିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.