Latest Odisha News

BREAKING NEWS

ଗଞ୍ଜାମରେ ସ୍ଥିତି ବେହାଲ, ସବୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଗଞ୍ଜାମ: ଗଞ୍ଜାମରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବୁଧବାର ଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ ।

ଏପରିକି ସବୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ବିଦ୍ୟାଳୟଗୁଡିକ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ଛୁଟି ନାହିଁ ଏବଂ ସେମାନେ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା କରିବେ ।

ଏନେଇ ସ୍ଥାନୀୟ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି । ଗଞ୍ଜାମରେ ଏକପ୍ରକାର ବନ୍ୟା ପରିସ୍ଥିତି ଉପୁଜିଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.