Latest Odisha News

BREAKING NEWS

ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀର ତାଣ୍ଡବ!

ଭୁବନେଶ୍ୱର: ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀ ରଚିଛି ତାଣ୍ଡବ। ଘଣ୍ଟା ପ୍ରତି ୫୫ କିମି ଯାଏଁ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ହୋଇଥିବା ସୂଚନା।

ପବନରେ ଭୁବନେଶ୍ୱରର ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିଯାଇଛି । ଗଛ ଭାଙ୍ଗିଯିବାରୁ କିଛି ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିବା ଜଣାପଡିଛି।

ଶୁକ୍ରବାର ଭୋର ୪ଟାରୁ ଅଗ୍ନିଶମ ବିଭାଗ ପକ୍ଷରୁ ୮ଟି ଟିମ୍‌ ରାଜଧାନୀର ଚିନ୍ତାମଣିଶ୍ୱର, କଳ୍ପନା, ପୁରୁଣା ଭୁବନେଶ୍ୱର, ବାଲିଅନ୍ତା, ଚନ୍ଦ୍ରଶେଖରପୁର ଓ ଏମଏଲଏ କଲୋନୀରେ ଗଛ କାଟି ରାସ୍ତା ସଫା କରୁଛନ୍ତି।

ଅନ୍ୟପଟେ କଟକରେ ମଧ୍ୟ ରାତି ୩ଟାରୁ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଯାହା ଫଳରେ ସହରର ତଳି ଅଞ୍ଚଳ ଜଳମଗ୍ନ ହୋଇଥିବା ସୂଚନା ମିଳିଛି ।

Comments are closed.