Latest Odisha News

BREAKING NEWS

ବ୍ରହ୍ମପୁରରେ ଭୟାବହ ଅଗ୍ନିକାଣ୍ଡ: ୩ ମୃତ

ବ୍ରହ୍ମପୁର: ବ୍ରହ୍ମପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଘରେ ନିଆଁଲାଗିଯିବା ଫଳରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ୩ ଜଣ ବ୍ୟକ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୨ଟା ୧୫ରେ ବ୍ରହ୍ମପୁରର ଗୋଷାଣୀନୂଆ ଗାଁ ପାଣିଗ୍ରାହୀ ସାହିରେ ଏହି ଅଘଟଣ ଘଟିଛି । ସର୍ଟସର୍କିଟ୍ ଯୋଗୁଁ ଏସିରେ ନିଆଁଲାଗିଯାଇଥିବା ସୂଚନା। ଏଥିରେ ଶ୍ୱାସ ରୁଦ୍ଧ ହୋଇ ୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ନିଆଁଲାଗିଥିବା ସ୍ଥାନରୁ ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବାକୁ ଯାଇ ବ୍ରହ୍ମପୁର କୋପରେଟିଭ୍ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ମଧ୍ୟ ପ୍ରାଣ ହରାଇଛନ୍ତି ।

ଅଲେଖ ଚୌଧୁରୀଙ୍କ ସହ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାର ଏମକେସିଜି ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.