Latest Odisha News

BREAKING NEWS

ରାଜଧାନୀ ଭୁବନେଶ୍ବରରେ ରେକର୍ଡ ପରିମାଣର ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ସଂଧ୍ୟା ସୁଦ୍ଧା ପୁରୀରେ ସର୍ବାଧିକ ୧୪୫ ମିଲିମିଟର ବର୍ଷା ହାଇଥିବା ବେଳେ ଭୁବନେଶ୍ବରରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଅଧିକ ବର୍ଷା ହେବ । ଏଥିପାଇଁ ଆସନ୍ତାକାଲି ୫ ଜିଲ୍ଲା ପାଇଁ ଜାରି ହୋଇଛି ରେଡ୍ ଓ୍ବାର୍ଣ୍ଣିଂ।

ସେହିପରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଭୁବନେଶ୍ବର । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିଛି । ଲଘୁଚାପ ବର୍ଷାରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଜଳବନ୍ଦୀ ହୋଇଛି । ସେପଟେ ଲଗାଣ ବର୍ଷାରେ ଫୁଲିଛି ଜଳକା । ବାଲେଶ୍ବର ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ଏଠାରେ ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ୫.୬ ମିଟର ଉପରେର ନଦୀର ଜଳସ୍ତର ।

Leave A Reply

Your email address will not be published.