Latest Odisha News

BREAKING NEWS

ଉତ୍ତରରୁ ଦକ୍ଷିଣ ଭାରତ ସବୁଠି ପ୍ରକୃତିର ତାଣ୍ଡବ: ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା

ଦିଲ୍ଲୀ: ୟୁପି , ମହାରାଷ୍ଟ୍ର, ଗୁଜୁରାଟ ସମେତ ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ସବୁଠି ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି  । ଗତକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା   । ୟୁପିରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।  କିଛି ଜିଲ୍ଲାରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ସୂଚନା ରହିଛି  । ଗତକାଲି  ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମିବା ସହ ଘରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଥିଲା  । ପରିସ୍ଥିତି ଏପରି ହୋଇଥିଲା ଯେ ଲୋକଙ୍କୁ ରାସ୍ତାରେ ଯିବା ଆସିବା କରିବା ପାଇଁ ଡଙ୍ଗାର ବ୍ୟବହାର କରିବାକୁ ପଡୁଥିଲା ।  ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍  ଦାୟିତ୍ବ ନେଇଥିଲେ  ।

ଇନ୍ଦୋରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା  । ଏକ ଟ୍ରାଭେଲର ଭ୍ୟାନ୍ ପାଣିରେ ବୁଡି ଯିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିରେ ପ୍ରାୟ ୧୦ରୁ ୧୫ ଜଣ ଯାତ୍ରୀ ଥିବାବେଳେ ଏସଡିଆରଏଫ୍ ଟିମ୍ ସେମାନଙ୍କୁ ଉଦ୍ଧାର କରିଥିଲା  ।  ଖାରଗୋନ୍ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ସେହିପରି ୟୁପିରେ ପ୍ରବଳ ବର୍ଷା ହେତୁ ଅନେକ ନଦୀର ଜଳସ୍ତର ବୃଦ୍ଧି ଘଟିଛି  ।  ବିଜନୋରରେ ପ୍ରବଳ ବର୍ଷା ପରେ ଗଙ୍ଗା ନଦୀର ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିଲା। ଏପରିକି ନଦୀ ପ୍ରବାହକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବାବେଳେ ଏକ ବସ୍ ଅଟକି ଯାଇଥିଲା । ମେସିନ୍ ସାହାଯ୍ୟରେ ବସରେ ଥିବା ଲୋକ ମାନଙ୍କୁ ବାହାର କରାଯାଇଥିଲା  ।

Leave A Reply

Your email address will not be published.