Latest Odisha News

BREAKING NEWS

ପ୍ରଚଣ୍ଡ ଖରାରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି, ଭୁବନେଶ୍ୱରରେ ପ୍ରବଳ ବର୍ଷା

ଭୁବନେଶ୍ବର: ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା । ଆଚାର୍ଯ୍ୟ ବିହାର, ନାଲକୋ, ପଟିଆରେ ଘଡ଼ଘଡ଼ି ସହ ବର୍ଷା। ତେବେ ଗତ କାଲି ମଧ୍ୟ ରାଜଧାନୀରେ ପବନ ବର୍ଷା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ମୌସୁମୀର ଆଗମନ ସତ୍ତ୍ୱେ ମଧ୍ଯ ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଜାରି ରହିଛି । ଅସହ୍ୟ ଗରମରେ ଆଉଟପାଉଟ ହେଉଛନ୍ତି ଲୋକେ । ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଛି ।ଆହୁରି ଦୁଇ ଦିନ କଲବଲ କରିବ ଗୁଳୁଗୁଳି । ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଏହି ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ଥିଲେ ବି ଗୁଳୁଗୁଳି ଜାରି ରହିବ ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ୨୦ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ବଢିବା ସହ ସ୍ଥିତିରେ ପରିବର୍ତ୍ତନ ଆସିବ।

Leave A Reply

Your email address will not be published.