Latest Odisha News

BREAKING NEWS

ଗୁଜୁରାଟରେ ବର୍ଷା ବିତ୍ପାତ, ଗଲାଣି ୧୨ ଜୀବନ

ଗୁଜୁରାଟ: ଗୁଜୁରାଟରେ ଜଳପ୍ରଳୟ । ଗତ କିଛି ଦିନ ଧରି ତାଣ୍ଡ଼ବ ରଚୁଛି ବର୍ଷା । ଗତ ୩୦ଘଣ୍ଟା ମଧ୍ୟରେ ଗୁଜୁରାଟର ଅନେକ ଅଞ୍ଚଳରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ଗୁଜୁରାଟରେ ତାଣ୍ଡ଼ବ ରଚୁଥିବା ଏହି ଜଳପ୍ରଳୟରେ ଏଯାବତ୍ ୧୨ ଜଣଙ୍କ ଜୀବନ ଗଲାଣି ।

ଆଜି ଗୁଜୁରାଟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଗତକାଲି ଓ ସୋମବାର ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD) । ଜଣେ ସରକାରୀ ଅଧିକାରିଙ୍କ କହିବା ଅନୁଯାୟୀ ଗତ ୨ ରୁ ୩ ଦିନ ଭିତରେ ଗୁଜୁରାଟର ଜୁନାଗଡ଼, ଜାମନଗର, ମୋର୍ବି, କୁଚ, ସୁରଟ ଏବଂ ତାପି ଜିଲ୍ଲାର ଅନେକ ସ୍ଥାନରେ ଭୀଷଣ ରୁ ଅତି ଭୀଷଣ ବର୍ଷା ହେବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସହର ତଥା ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଦେଖିବାକୁ ମିଳିଥିବା ବେଳେ କିଛି ଗ୍ରାମାଞ୍ଚଳକୁ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇପଡ଼ିଛି ।

ରାଜ୍ୟ ଜରୁରୀକାଳୀନ ଅପରେଶନ ସେଣ୍ଟରର ତଥ୍ୟ ଅନୁସାରେ ଗତକାଲି ଜୁନାଗଡ ସହରରେ ୨୯୮ମିମି, ତାପିରେ ୨୮୮ମିମି, ସୁରଟର ମହୋଭାରେ ୨୫୬ମିମି, ଜାମନଗର ସହରରେ ୨୩୬ମିମି, ସୁରଟର ବାର୍ଡ଼ୋଲିରେ ୨୨୩, ଜୁନାଗଡର ମେଣ୍ଡାରଡାରେ ୨୦୭ମିମି ଏବଂ ତାପି ଜିଲ୍ଲାର ଡଲଭାନରେ ୨୦୬ମିମି ବର୍ଷା ରେକର୍ଡ଼ କରାଯାଇଛି । ସେପଟେ ଗତ ଦୁଇ ଦିନ ମଧ୍ୟରେ ବର୍ଷା କାରଣରୁ ମୋଟ ୧୨ଜଣ ପ୍ରାଣ ହରାଇଲେଣି ।

Leave A Reply

Your email address will not be published.