ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶାରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୬ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି।
ତେବେ ଏହା ଉତ୍ତର-ପୂର୍ବ ଆରବ ସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଦେଇ ଗତି କରୁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଦିନ ଏହାର ମଧ୍ୟାହ୍ନ ବୁଲେଟିନରେ କହିଛି।

ପାଣିପାଗ ସଂସ୍ଥା ଜୁଲାଇ ୩, ୪ ଓ ୫ରେ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କୋରାପୁଟ, ସୋନପୁର, ବରଗଡ଼, କଳାହାଣ୍ଡି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ଆଗାମୀ ସାତ ଦିନ ମଧ୍ୟରେ ଭୁବନେଶ୍ୱର ଏବଂ କଟକ ଟ୍ୱୀନ ସିଟିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା କିମ୍ବା ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି।
Comments are closed.