Latest Odisha News

BREAKING NEWS

ରାସ୍ତାରେ ଗାଈ ଛାଡୁଥିଲେ ସାବଧାନ; ଏବେ ଗଣିବାକୁ ପଡିବ ତଣ୍ଡ

ଭୁବନେଶ୍ୱର: ରାଜରାସ୍ତାରେ ଗାଈଗୋରୁ ଛାଡୁଥିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ମାଲିକଙ୍କ ଉପରେ ଜୋରିମାନା ଲଗାଯାଇପାରେ ।

ପ୍ରାପ୍ତ ସୂଚନାନୁଯାୟୀ, ଏବେ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ଧରାଯାଇ କାଞ୍ଜିଆ ହୁଦାରେ ରଖାଯିବ । ପରେ ସେମାନଙ୍କୁ ନେବାକୁ ଆସୁଥିବା ମାଲିକଙ୍କ ଠାରୁ ଏନେଇ ଜୋରିମାନା ସ୍ୱରୂପ ପାଖାପାଖି ୫୦୦୦ ଟଙ୍କା ଆଦାୟ ମଧ୍ୟ କରାଯିବ ।

ଆହୁରି ମଧ୍ୟ ବିଏମସି ଅଧିକାରୀମାନେ ଉକ୍ତ ଗାଈଗୋରୁ ମାନଙ୍କୁ ପ୍ରାୟ ୩ ଦିନ ଯାଏଁ ହୁଦା ଭିତରେ ରଖିବେ । ଏହି ଅବଧି ମଧ୍ୟରେ ଯଦି କେହି ନେବାକୁ ନଆସନ୍ତି, ତାହେଲେ ସେମାନଙ୍କୁ ପଡୋଶୀ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ହସ୍ତାନ୍ତର କରିଦିଆଯିବ । ଯେଉଁମାନେ ଡାଏରୀ ଫାର୍ମ କରିଥିବେ ।

Leave A Reply

Your email address will not be published.