Latest Odisha News

BREAKING NEWS

ଫିଲ୍ମ ‘କାବିଲ୍‌’ରୁ ଆରମ୍ଭ ହୋଇଥିଲା ସଲିମ୍‌ ଖାନ୍‌ ଏବଂ ହେଲେନ୍‌ଙ୍କ ପ୍ରେମ କାହାଣୀ

ନୂଆଦିଲ୍ଲୀ: ବଲିଉଡରେ ଆଇଟମ୍ ଗୀତର ଧାରା ବଲିଉଡ୍‌ ଅଭିନେତ୍ରୀ ହେଲେନ୍‌ଙ୍କଠାରୁ ଆରମ୍ଭ ହୋଇଥିବା କୁହାଯାଏ। ସେ ସମୟରେ ହେଲେନ୍‌ ତାଙ୍କ ନୃତ୍ୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟର ରାଣୀ ହୋଇପାରିଥିଲେ।

ମାତ୍ର ୧୯ବର୍ଷ ବୟସରେ ହେଲେନ୍‌ଙ୍କୁ ଏକ ବଡ ବ୍ରେକ୍‌ ମିଳିଥିଲା। ଫିଲ୍ମ ହାୱାଡା ବ୍ରିଜ୍‌ର ଆଇଟମ୍‌ ଗୀତ ମେରା ନାମ ଚିନ୍ ଚିନ୍ ଚୁ ଦର୍ଶକଙ୍କ ମନକୁ ଛୁଇଁପାରିଥିଲା। ଏହା ପରେ, ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆଗକୁ ବଢିବାକୁ ଲାଗିଲା, ସେ ଅନେକ ଆଇଟମ୍‌ ଗୀତରେ  ନଜର ଆସିଛନ୍ତି।

ହେଲେନ ନିର୍ଦ୍ଦେଶକ ପି.ଏନ୍ ଅରୋରାଙ୍କ ସହ ବିବାହ କରିଥିଲେ। କିନ୍ତୁ ବିବାହର ୧୬ବର୍ଷ ପରେ ହେଲେନ୍‌ ଓ ପିଏନ୍‌ଙ୍କର ଛାଡପତ୍ର ହୋଇଥିଲ। ଛାଡପତ୍ର ପରେ ହେଲେନଙ୍କ ଜୀବନର ଧାରା ପରିବର୍ତ୍ତନ ହୋଇଥିଲା। ସେ ଆର୍ଥିକ ସଙ୍କଟ ସହ ମୁକାବିଲା କରିବା ଆରମ୍ଭ କରିଥିଲେ।

ଯେତେବେଳେ ହେଲେନ ଆତ୍ମହତ୍ୟା ଭଳି ବିଷମ ପଦକ୍ଷେପ ବିଷୟରେ ଭାବିବାକୁ ଆରମ୍ଭ କଲେ ସେତେବେଳେ ତାଙ୍କ ଜୀବନରେ ସଲିମ ଖାନ ପ୍ରବେଶ କରିଥିଲେ। ୧୯୬୨ ମସିହାରେ ଫିଲ୍ମ ‘କାବିଲ’‌ର ସୁଟିଂ ସମୟରେ ଉଭୟ ହେଲେନ ଏବଂ ସଲିମ ପରସ୍ପର ସହ ଦେଖା ହୋଇଥିଲା।

ସେତେବେଳେ ହେଲେନ ତାଙ୍କର ସମସ୍ତ ସମସ୍ୟା ସଲିମ ଖାନଙ୍କୁ କହିଥିଲେ। ସଲିମ ମଧ୍ୟ ହେଲେନଙ୍କ ପ୍ରତ୍ୟେକ ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ। ସଲିମ୍‌ ତାଙ୍କୁ ହୃଦୟରୁ ପସନ୍ଦ କରିବାକୁ ଲାଗିଲେ। କିନ୍ତୁ ଏହି ଘନିଷ୍ଠତା ସେତେବେଳେ ଆସିଥିଲା ଯେତେବେଳେ ସେ ପୂର୍ବରୁ ବିବାହ କରିସାରିଥିଲେ।

ଅନେକ ସମସ୍ୟା ପରେ ମଧ୍ୟ ସଲିମ ତାଙ୍କୁ ତାଙ୍କ ଜୀବନରେ ଗ୍ରହଣ କରିଥିଲେ। ବର୍ତ୍ତମାନ ବିବାହର ଏତେ ବର୍ଷ ପରେ ବି ଦୁହେଁ ଏକାଠି ଅଛନ୍ତି ଏବଂ ବହୁତ ଖୁସିରେ ଅଛନ୍ତି।

Leave A Reply

Your email address will not be published.