Latest Odisha News

BREAKING NEWS

ଚିରାଗ ପାଇଲେ ହେଲିକପ୍ଟର ଆଉ ପଶୁପତିଙ୍କୁ ସିଲାଇ ମେସିନ ଚିହ୍ନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଦୁଇ ଗୋଷ୍ଠୀଙ୍କୁ ଆଜି ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ହେଲିକପ୍ଟର ଏବଂ ପଶୁପତି କୁମାର ପାରସଙ୍କୁ ସିଲାଇ ମେସିନ ଚିହ୍ନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏଲଜେପିର ନିର୍ବାଚନ ଚିହ୍ନ ବଙ୍ଗଳା ଥିଲା । ଇସି ଚିରାଗ ଏବଂ ପଶୁପତିଙ୍କୁ ନିର୍ବାଚନୀ ଚିହ୍ନ ଏବଂ ନାମ ଦଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଚିରାଗ ତାଙ୍କ ପାର୍ଟିର ନାମ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ରଖିଥିବା ବେଳେ ପଶୁପତି ରାଷ୍ଟ୍ରୀୟ ଲୋକ ଜନଶକ୍ତି ଭାବେ ଦଳର ନାମକରଣ କରିଛନ୍ତି । ରାମବିଳାସ ପାସୱାନଙ୍କ ପରଲୋକ ପରେ ଚିରାଗ ଏବଂ ପଶୁପତିଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଶେଷରେ ପାର୍ଟି ଦୁଇ ଫାଳ ହୋଇଛି ।

Comments are closed.