ନୂଆଦିଲ୍ଲୀ: ମଝି ଆକାଶରେ ନିଖୋଜ ହୋଇଗଲା ହେଲିକପ୍ଟର । ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ହେଲିକପ୍ଟର 9NMV । ହଠାତ ନେପାଳ ଆକାଶରେ ନିଖୋଜ ହୋଇଯାଇଛି । ୬ଜଣଙ୍କ ମଧ୍ୟରୁ ୫ଜଣ ବିଦେଶୀ ନାଗରିକ ବୋଲି ଜଣାଯାଇଛି । କାଠମାଣ୍ଡୁରୁ ସୋଲୁଖୁମ୍ବୁକୁ ଉଡାଣ ଭରିଥିଲା । ପାଖାପାଖି ଦିନ ୧୦.୧୨(ସ୍ଥାନୀୟ ସମୟ)ରୁ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା ସୂଚନା ଦେଇଛନ୍ତି ସୂଚନା ଅଧିକାରୀ ଜ୍ଞାନେନ୍ଦ୍ର ଭୂଲ୍ ।
ନିଖୋଜ ହେଲିକପ୍ଟରକୁ ଖୋଜିବା ତଥା ଉଦ୍ଧାର କରିବା ପାଇଁ ଆଉ ଏକ ହେଲିକପ୍ଟର ଯାଇଥିବା ନେପାଳ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆ ଯାଇଛି ।
Manang Air helicopter 9N-AMV (AS 50) which departed from Surke (Solukhumbu) to Kathmandu at 10:05 local time is out of contact.
Total persons on board: 6
(5 passengers + 1 captain).
Altitude Air helicopter departed from Kathmandu for search and rescue.— Civil Aviation Authority of Nepal (@hello_CAANepal) July 11, 2023
Comments are closed.