Latest Odisha News

ଗାଁରେ କରୋନା ସଚେତନତା

ଢେଙ୍କାନାଳ: କରୋନା ସ୍ଥିିତି ବିଗିଡ଼ିବାରେ ଲାଗିଥିବା ବେଳେ ଲୋକଙ୍କୁ କରାଯାଉଛି ସଚେତନ । ଏନେଇ ଘର ଘର ବୁଲି ତଦାରଖ ବି କରାଯାଉଛି । ସେହିଭଳି ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ସୋଗର ଗାଁକୁ ସାନିଟାଇଜ କରାଯାଇଛି । ଦିନକୁ ଦିକ ସେଠାରେ ସଂକ୍ରମଣ ବଢୁଥିବା ବେଳେ ଏହି ସବୁ ପଦକ୍ଷେପ ନିଆଯାଇଛି । ଘର ଘର ବୁଲି ଲୋକଙ୍କୁ ସଚେତନ ସହ ସାନିଟାଇଜ କରାଯାଉଛି ।ହେଲପିଂ ହ୍ୟାଣ୍ଡର ସଦସ୍ୟ ମାନେ ଏହି ସବୁ ଦାୟିତ୍ୱ ନେବା ସହିତ ଘର ଘର ବୁଲି ଲୋକଙ୍କୁ ସହଯୋଗ କରୁଛନ୍ତି ।ଜିଲ୍ଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପିଙ୍ଗ ହ୍ୟାଣ୍ଡ ପକ୍ଷରୁ କାମାକ୍ଷାନଗର ବ୍ଲକ ସୋଗର ଗାଁକୁ ସାନିଟାଇଜ କରାଯାଇଛି ।

ସୋଗର ଗାଁରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗୁଥିବା ଯୋଗୁଁ ସଙ୍ଗଠନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ଶିବପ୍ରସାଦ ବେହେରା , ସୋମନାଥ ବେହେରା ,ବିଶ୍ଵଜିତ ବେହେରା ଓ ଆଶାରାମ ବେହେରା ଘର ଘର ବୁଲି ଲୋକଙ୍କୁ ସଚେତନ ତା କରିବା ସହ ଗାଁର ସମସ୍ତ ଘର ଗୁଡିକୁ ସାନିଟାଇଜ କରିଥିଲେ । କରୋନାର ଦ୍ୱିତୀୟ ଲହରରେ ଦୂରତା ସହ ମାସ୍କ ପିନ୍ଧିବା ଆଦି ପ୍ରତି ଗୁରୁତ୍ୱ ଦେବାକୁ ଗ୍ରାମବାସୀଙ୍କୁ ସଚେତନତା କରାଯାଇଥିଲା । ଏଥିସହିତ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ମାନେ ଗାଁରେ ମାସ୍କ ବଣ୍ଟନ କରିଥିଲେ ।

Comments are closed.