Latest Odisha News

BREAKING NEWS

ଡ୍ରାଇଭ୍ ଇନ୍ ଟିକାକରଣକୁ ମନା

ଭୁବନେଶ୍ବର : ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ ଟିକାକରଣ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନରେ ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ ଟିକାକରଣ ବ୍ୟବସ୍ଥା ନଥିବାରୁ କହିଛନ୍ତି ଏସିଏସ୍ । ତେଣୁ ଏହି ପ୍ରକ୍ରିୟାକୁ ବନ୍ଦ କରିବାକୁ ଚିଠି ଲେଖାଯାଇଛି ।

ଗାଇଡଲାଇନ୍ ଅନୁସାରେ, ଟିକା ନେବା ପରେ ୩୦ ମିନିଟ ଅବଜରଭେସନ ରହିବାକୁ ପଡ଼ିବ । କିନ୍ତୁ ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍‌ରେ ଏସବୁ କରିବା ସମ୍ଭବ ନୁହେଁ । ଏପରିକି ଏହି ପ୍ରିୟା ଦ୍ବାରା ଟିକା ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏସବୁ ଦୃଷ୍ଟିରୁ ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣକୁ ବନ୍ଦ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏହା ପୂର୍ବରୁ ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିଲା ଡ୍ରାଇଭ୍ ଇନ୍ ଟିକାକରଣ କାର୍ଯ୍ୟ ।

Leave A Reply

Your email address will not be published.