Latest Odisha News

BREAKING NEWS

ଭାଙ୍ଗିଲା ସୋଲାର ବାଡ, ବଢିଲା ବିପଦ

ଢେଙ୍କାନାଳ: ଭାଙ୍ଗି ରୁଜି ଯାଇଛି ସୋଲାର ବାଡ଼ । ବନବିଭାଗର ଦାଇତ୍ୱ ହୀନତା ଯୋଗୁଁ ଭାଙ୍ଗି ଯାଇଛି ହାତୀ ଉପଦ୍ରବ ରୋକିବା ପାଇଁ ଟଣା ଯାଇଥିବା ସୋଲାର ବାଡ଼ । ଫଳରେ ହାତୀପଲ ଚାଷ ଜମି ଓ ଜନ ବସତି ମୁହାଁ ହେବା ଆଶଙ୍କା ଥିବାରୁ ଭୟଭୀତ ଅଞ୍ଚଳବାସୀ ।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସାଆନ୍ଦା ବିଟ ଅଧିନରେ। ମହାବିରୋଡ଼ ରେଞ୍ଜରରେ ଗତ କିଛି ବର୍ଷ ଧରି ହାତୀ ମାନଙ୍କ ଉପଦ୍ରବ ଲାଗି ରହିଛି । ଫଳରେ ହାତୀପଲ ବାରବାଙ୍କ ସଂରଖିତ ଜଙ୍ଗଲରୁ ଭାଲୁମୁଣ୍ଡା ଠାରୁ କୁମୁସି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଅତିକ୍ରମ କରି ଗାଁ ମୁହାଁ ।   ଅଁଳାକଟା,ବସନ୍ତପଡା,କୁମୁସି,ପାଟରପଦା, ଲୋଧଣି,କମର,ପାଳସାହି, କଟାବାହାଳ,କନ୍ଦରସିଂହା, ଆଦି ଗାଁ ଗୁଡିକୁ ହାତୀପଲ ଗାଁ ମୁହାଁ ହେବା ସହିତ ଚାଷ ଜମି ଓ ବହୁ ଧନ ଜୀବନ ନଷ୍ଟ କରୁଛନ୍ତି ।

ହାତୀପଲଙ୍କ ଉପଦ୍ରବକୁ ରୋକିବା ପାଇଁ ଡିହଡୋଳ ସେକ୍ସନର ସାଆନ୍ଦା ବିଟ ଅଧୀନରେ ଥିବା ବାରବାଙ୍କ ସଂରଖିତ ଜଙ୍ଗଲ କଡେ କଡେ  ଟଣା ଯାଇଥିଲା ସୋଲାର ବାଡ ।  ଭାଲୁମୁଣ୍ଡା ଠାରୁ ବଡ଼ଜୋରା ଆଶ୍ରମ ଓ ଆଶ୍ରମ ଠାରୁ ଅଁଳାକଟା ଗଣ୍ଠି ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ଟଣା ଯାଇଥିଲା ସୋଲାର ବାଡ ।  କିନ୍ତୁ ସାଆନ୍ଦା ବିଟରେ ନିୟୋଜିତ ଥିବା ବନ କର୍ମଚାରୀଙ୍କ ଚରମ ଅବହେଳା ଯୋଗୁଁ ଉକ୍ତ ସୋଲାର ବାଡ଼ ଅନେକ ଜାଗାରୁ ଭାଙ୍ଗି ରୁଜି ତଳେ ପଡିଛି ।

ତେଣୁ ବନବିଭାଗ ତୁରନ୍ତ ପଦକ୍ଷେପ ନେଇ ଏହାର ମରାମତି ନକଲେ ହାତୀପଲ ଚାଷ ଜମି ଓ ଗାଁ ମୁହାଁ ହୋଇ ଧନ ଓ ଜୀବନ ନଷ୍ଟ କରିବାର ଆଶଙ୍କା ରହିଛି । ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ସେପଟେ ଏ ଘଟଣାର ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ମହାବିରୋଡ଼ ରେଞ୍ଜର ।

Leave A Reply

Your email address will not be published.