Latest Odisha News

ବିଶ୍ୱର ଏହି ଦେଶ ଗୁଡିକରେ ଏଯାଏଁ ପଡିନାହିଁ କରୋନା ପାଦ !

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରଭାବରେ ସାରା ବିଶ୍ୱରେ ହାହାକାର । ସବୁଠି କରୋନା ବିସ୍ତାର କରି ଚାଲିଛି ନିଜର କାୟା । ତେବେ ଆପଣ ଜାଣିଲେ ଟିକିଏ ଆଶ୍ଚର୍ଯ୍ୟ ହେବେ ଏପରି କିଛି ଦେଶ ଅଛି ଯେଉଁଠି ଏପର୍ଯ୍ୟନ୍ତ କରୋନାଭାଇରସରେ ପାଦ ପଡି ନାହିଁ ।

ଏହି ଭୂତାଣୁ ୧୮୫ ଦେଶ ନିଜ କବଳକୁ ଆଣି ସାରିଛି । ଯେଉଁଥିରେ ଲକ୍ଷ ଲକ୍ଷ ପ୍ରଭାବିତ ହୋଇଛନ୍ତି ।

ତେବେ ବିଶ୍ୱର ଏହି ୧୨ ଟି ଦେଶରେ ପ୍ରବେଶ କରିପାରି ନାହିଁ କରୋନା । ଯଦିଓ ଉତ୍ତର କୋରିଆ ନିଜକୁ କରୋନା ଶୂନ୍ୟ ବୋଲି ଦାବି କରିଛି, ତେବେବି ବିଶ୍ୱ ଏହାକୁ ଗ୍ରହଣ କାରିନାହିଁ ସ୍ପଷ୍ଟ କାରଣରୁ ଗ୍ରହଣ କରନ୍ତି ନାହିଁ ।

କିନ୍ତୁ ଆଉ କିଛି ଦେଶ ଯେଉଁମାନେ ସାଧାରଣ ଜୀବନଯାପନ କରୁଛନ୍ତି, ଯାହା ଏହି ସମୟରେ ଏକ ବିରଳ ଘଟଣାରେ ପରିଣତ ହୋଇଛି।

ଯଦିଓ ସେଥିରୁ ଅଧିକାଂଶଙ୍କ ଦେଶର ନାମ ଆମ ପାଇଁ ଅପରିଚିତ ହୋଇପାରେ, ଏହା ଅନ୍ତତଃ ପକ୍ଷେ ସନ୍ତୋଷଜନକ ଯେ କିଛି ଦେଶ କରୋନା ଶୂନ୍ୟ ଭାବେ ସ୍ୱାଭାବିକ ଜୀବନ ଯାପନ କରୁଛନ୍ତି ।

ସେହି ଦେଶଗୁଡ଼ିକର ତାଲିକା ନିମ୍ନରେ ଦିଆଯାଇଛି:

୧.କିରିବାଟି
୨.ମାର୍ଶଲ ଦ୍ୱୀପପୁଞ୍ଜ
୩.ମାଇକ୍ରୋନେସିଆ
୪.ନାଉରୁ
୫.ଉତ୍ତର କୋରିଆ
୬.ପାଲାଉ
୭.ସାମୋଆ
୮.ଶୋଲୋମନ ଦ୍ୱୀପପୁ୍ଜ
୯.ଟୋଙ୍ଗା
୧୦.ତୁର୍କମେନିସ୍ତାନ
୧୧.ତୁଭାଲୁ
୧୨.ଭାନୁଆଟୁ

Comments are closed.