Latest Odisha News

BREAKING NEWS

ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡରୁ ଆସୁଥିବା ବସ କଟକ ନିକଟରେ ଦୁର୍ଘଟଣାଗ୍ରସ୍ତ

କଟକ: ତାମିଲନାଡୁରୁ ଭଦ୍ରକ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ବସ୍ କଟକ ଟାଙ୍ଗୀ ନିକଟରେ ଆଜି ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଏଥିରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସିସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବସଟି ଛିଡା ହୋଇ ରହିଥିବା ଏକ ଟ୍ରକର ପଛ ପଟୁ ଧକ୍କା ଦେଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ହୋଇଥିଲା ।

ପୂର୍ବରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସୁଥିବା ବସ କନ୍ଧମାଳର କଳିଙ୍ଗା ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହାର ୨୪ ଘଣ୍ଟା ନ ପୂରୁଣ ପୁଣି ଏକ ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁଇ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏହା ପରେ ଖୋର୍ଦ୍ଧା କୁହୁଡି ନିକଟରେ ଏକ ଟ୍ରକକୁ ପ୍ରବାସୀ ଶ୍ରମିକଙ୍କ ବସ୍ ପିଟିଦେବାରୁ ଘଟଣା ସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ସୁରଟରୁ ଗଂଜାମ ଆସୁଥିବା ଆଉ ଏକ ବସ୍ ନାଗପୁର ନିକଟରେ ଓଲଟି ପଡିବାରୁ ପାଞ୍ଚ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.