Latest Odisha News

BREAKING NEWS

ଆର୍ଥିକ ଅନିୟମିତତା ଅଭିଯୋଗ, କେନ୍ଦ୍ର ସରକାରଙ୍କ ସ୍କାନରରେ ହିରୋ ମୋଟରସାଇକେଲ କମ୍ପାନୀ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ସବୁଠାରୁ ବଡ ମୋଟର ସାଇକେଲ ନିର୍ମାତା କମ୍ପାନୀ ହିରୋ ମୋଟୋକ୍ରପର ତଦନ୍ତ ଆରମ୍ଭ କରିଛନ୍ତି। ହିରୋ ମୋଟୋକ୍ରପ ଆର୍ଥିକ ନେଣଦେଣରେ ହେରଫେର କରିଥାଇ ପାରେ ବୋଲି ଅଭିଯୋଗ ହେବା ପରେ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଏହି ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

ହିରୋର ଜଣେ ଥାର୍ଡ ପାର୍ଟି ଭେଣ୍ଡରଙ୍କ ସହ ଥିବା ସମ୍ପର୍କକୁ କେନ୍ଦ୍ର ସରକାର ଅନୁଧ୍ୟାନ କରୁଛି। ଭେଣ୍ଡର ହିରୋ ଫଣ୍ଡକୁ ନିଜ ଉଦ୍ଦେଶ୍ୟରେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯାହା ବେଆଇନ୍। ସେହିପରି ହିରୋ ଏହି ଭେଣ୍ଡର ବା ତୃତୀୟ ପକ୍ଷ କମ୍ପାନୀକୁ ନିୟନ୍ତ୍ରଣ କରିଥିଲା କି ନାହିଁ ଅନୁଧ୍ୟାନ ହେଉଛି।

ହିରୋ କୌଣସି ପ୍ରକାରର ଅନିୟମିତତା ଅସ୍ୱୀକାର କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ତଦନ୍ତ ସମ୍ପର୍କରେ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ଏବଂ ଏହି ସମୟରେ କୌଣସି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ।

ତଦନ୍ତର ଅଂଶବିଶେଷ ଭାବେ ହିରୋ କମ୍ପାନୀର ଅଧିକାରୀଙ୍କଠାରୁ ବୟାନ ରେକର୍ଡ କରିବା ଏବଂ ଦସ୍ତାବିଜ ଅନୁରୋଧ କରିବାର ଅଧିକାର କେବଳ ସରକାରଙ୍କ ପାଖରେ ରହିଛି। ତେବେ ଏପରି ଏକ ଖବର ଆସିବା ପରେ ଗୁରୁବାର କମ୍ପାନୀର ସେୟାର ୪.୨ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

ହିରୋର ତଦନ୍ତ ସରକାରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ହୋଇନାହିଁ। ୨୦୨୨ରେ ଏହି କମ୍ପାନୀ ଉପରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବିଭାଗ ପକ୍ଷରୁ ହିରୋର ଟିକସ ବାବଦରେ ତଦନ୍ତ କରାଯାଉଥିଲା।

Comments are closed.