Latest Odisha News

BREAKING NEWS

ଷ୍ଟେଜ ଉପରେ ଭାବୁକ ହେଲେ Salman Khanଙ୍କ ହିରୋଇନ୍, କାହିଁକି କାନ୍ଦି ପକାଇଲେ ହସିନା… ଭିଡ଼ିଓ ଭାଇରଲ୍

ମୁମ୍ବାଇ: ଫିଲ୍ମ ‘ତେରେ ନାମ’ରେ ସଲମାନ ଖାନଙ୍କ ସହ ନଜର ଆସିଥିବା ଭୂମିକା ଚାୱଲାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଭୂମିକା ଷ୍ଟେଜରେ କାନ୍ଦୁଥିବାର ଦେଖାଯାଉଛି। ସଲମାନ ଖାନଙ୍କ ଫିଲ୍ମ “ତେରେ ନାମ”ର ନିର୍ଜରାଙ୍କ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତେ ଭାବୁଛନ୍ତି ଯେ ଏମିତି କ’ଣ ହେଲା ଯେ ଏମିତି ପୁରା ଦୁନିଆ ସାମ୍ନାରେ ଭାଙ୍ଗି ପଡ଼ିଲେ ନାୟିକା ଭୂମିକା ?

ପ୍ରକୃତରେ, ଭୂମିକା ଏକ କାର୍ଯ୍ୟକ୍ରମରେ ଥିଲେ ଏବଂ “ୟୁଫୋରିଆ” ସହିତ ତାଙ୍କର ଅଭିଜ୍ଞତା ବାଣ୍ଟୁଥିଲେ। ଏହି ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ଭୂମିକା ହଠାତ୍ ଭାବପ୍ରବଣ ହୋଇଗଲେ ଏବଂ ତାଙ୍କ ଲୁହକୁ ରୋକି ପାରିଲେ ନାହିଁ। ଆଉ କାନ୍ଦି ପକାଇଥିଲେ । ୟୁଫୋରିଆ ଗ୍ରାଣ୍ଡ ରିଲିଜ୍ ପ୍ରେସ୍ ମିଟ୍‌ରେ ଷ୍ଟେଜ୍ ଉପରେ କାନ୍ଦିଥିଲେ ନାୟିକା ଭୂମିକା ଚାୱଲା। ଭୂମିକାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଏବଂ ସମସ୍ତେ ଏଥିରେ ପ୍ରତିକ୍ରିୟା ଦେଉଛନ୍ତି।

Comments are closed.