Latest Odisha News

BREAKING NEWS

ହଠାତ୍‌ ଉଭା ହେଲା ୮୦ ବର୍ଷ ତଳେ ଧ୍ୱଂସ ପାଇଯାଇଥିବା ଗାଁ

ନୂଆଦିଲ୍ଲୀ: ବ୍ରିଟେନରେ ଆଜିକାଲି ଏକ ଗାଁ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାୟ ଅଶୀ ବର୍ଷ ପୂର୍ବେ ଏହି ଗାଁ ପାଣିରେ ବୁଡ଼ି ଯାଇ ପରିଚୟ ହରାଇଥିଲା। ସମ୍ପ୍ରତି, ଏହି ଗାଁ ଉପରେ ମାଡି ଯାଇଥିବା ପାଣି ଶୁଖିଯିବାରୁ ଏହି ଗାଁ ପୁଣି ଥରେ ଉଭା ହୋଇଛି। ଏହି ଗାଁର ଅବଶେଷ ଦେଖାଯିବା ମାତ୍ରେ ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।  ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ, ଏହି ମାମଲା ୟୁକେ ଡର୍ବିସାୟାରର ଘଟଣା। ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଗାଁର ନାମ ଡେବେଣ୍ଟ। ୧୯୪୦ ମସିହାରେ ଏହି ଗାଁ ପାଣିରେ ବୁଡ଼ି ଯାଇଥିଲା। ଏହି ଗାଁକୁ ଆଖପାଖ ସ୍ଥାନକୁ ଜଳ ଯୋଗାଣ ପାଇଁ ଏହି ଗାଁକୁ ପୋଖରୀରେ ପରିଣତ କରାଯାଇଥିଲା। ନିକଟରେ, ଯେତେବେଳେ ଏଠାରେ ଜଳ ଶୁଖିଗଲା, ଏହି ଗାଁ ପୁଣି ଥରେ ଉଭା ହୋଇଥିଲା।

ରିପୋର୍ଟ ଅନୁଯାୟୀ, ୧୯୪୦ ଦଶକରେ କର୍ତ୍ତୃପକ୍ଷ ଆଖପାଖ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ନିର୍ମିତ ପୋଖରୀରେ ଡେବେଣ୍ଟ ଗ୍ରାମକୁ ଅନ୍ତର୍ଭୁକ୍ତ କରିଥିଲେ। ସେହି ସମୟରେ ଲୋକମାନଙ୍କୁ ଏଠାରୁ ବହିଷ୍କାର କରାଯାଇଥିଲା।

Comments are closed.