ଭୁବନେଶ୍ୱର: ଛତିଶଗଡର ଦନ୍ତେଓ୍ୱାଡା ଆରାନପୁର ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ହୋଇଥିବା ମାରାତ୍ମକ ଆଇଇଡି ବିସ୍ଫୋରଣ ପରେ ଓଡିଶା ସରକାର ସତର୍କ ହୋଇଛନ୍ତି। ମଙ୍ଗଳବାର ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଛତିଶଗଡ ସୀମାବର୍ତ୍ତୀ ଆଉ ଦୁଇଟି ଜିଲ୍ଲାକୁ ଏହି ସତର୍କ ସୂଚନା ଜାରି କରାଯାଇଛି। ଏଡିଜି (ଅପରେସନ) ଅମିତାଭ ଠାକୁର କହିଛନ୍ତି ଯେ ବରଗଡ ଏବଂ କାଲାହାଣ୍ଡି ଜିଲ୍ଲାରେ ଏହି ସତର୍କ ସୂଚନା ଜାରି କରାଯାଇଛି।
ଏହାପୂର୍ବରୁ ଛତିଶଗଡ ନକ୍ସଲ ଆକ୍ରମଣ ପରେ ତିନୋଟି ଜିଲ୍ଲା ନବରଙ୍ଗପୁର, ମାଲକାନଗିରି ଏବଂ ନୂଆପଡାକୁ ହାଇ ଆଲର୍ଟ କରାଯାଇଥିଲା।
ଅମିତାଭ ଠାକୁର କହିଛନ୍ତି, ପ୍ରାୟ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ଓଡିଶାକୁ ଆସିଛନ୍ତି। ତେଣୁ ମାଓବାଦୀଙ୍କ ପ୍ରବେଶ ସ୍ଥାନକୁ ଯାଞ୍ଚ କରାଯିବା ଉଚିତ। ନବରଙ୍ଗପୁର, ମାଲକାନଗିରି, ନୂଆପଡା, ବରଗଡ ଏବଂ କଳାହାଣ୍ଡିର ସୀମାନ୍ତ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ବୋଲି ଠାକୁର କହିଛନ୍ତି।
ଅମିତାଭ ଠାକୁର କହିଛନ୍ତି ସତର୍କ ରହିବାକୁ କୁହାଯାଇଥିବା ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟାକୁ ବଢ଼ାଇ ଦିଆଯାଇଛି। ଡିଜିପି ସମ୍ପୃକ୍ତ ଅଧିକାରୀମାନଙ୍କୁ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି । ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ଏହିଭଳି କାହାଣୀ ପୋଲିସ ଆଗରେ କହୁଛନ୍ତି । ତେଣୁ ସମସ୍ତ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଅପିଲ କରିଛନ୍ତି।
ଆମେ ଶୁଣିଛୁ ଯେ ମାଓବାଦୀ ଶିବିରରେ ଏଭଳି ଶୋଷଣ ବ୍ୟାପକ ହୋଇଛି। ତଥାପି, ଆମର ଉଦ୍ୟମ ହେଉଛି ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା। କାରଣ ଓଡିଶାର ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ସର୍ବୋତ୍ତମ ବୋଲି ଠାକୁର କହିଛନ୍ତି।
Comments are closed.